Jadui pitara unveiled for children

ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଯାଦୁଇ ପିଟାରା’ ଉନ୍ମୋଚିତ ହୋଇଛି। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ଶିଖିବା ଓ ଶିଖାଇବା ଉପକରଣ ଏଥିରେ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଦେଶର ୧୨୦୦ କେନ୍ଦ୍ରୀୟ ବିଦ୍ୟାଳୟକୁ ‘ଯାଦୁଇ ପିଟାରା’ ପଠାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକୁ ପଠାଯିବ। ‘ଯାଦୁଇ ପିଟାରା’କୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପାଠପଢ଼ା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ। ‘ଯାଦୁଇ ପିଟାରା’ରେ ୩ରୁ ୮ ବର୍ଷ ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା ଶିଖିବା ଓ ଶିଖାଇବାର ଉପକରଣ ଉପଲବ୍ଧ ହୋଇଛି। ଏହା ମାଧ୍ୟମରେ ପିଲାମାନେ ବିଭିନ୍ନ ଖେଳ, ଗୀତ, କାହାଣୀ ଓ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପଢ଼ିବେ। ‘ଯାଦୁଇ ପିଟାରା’ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ଅଧୀନରେ ବିକଶିତ ହୋଇଥିବା ବେଳେ ଏହା ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି। ନୂଆ ଶିକ୍ଷା ନୀତିର କଳ୍ପନାରେ ପାଠପଢ଼ା, ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଏବଂ ଉଲ୍ଲାସର ସହ ପାଠପଢ଼ାକୁ ଶିଶୁ କୈନ୍ଦ୍ରିକ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ।

Spread the love