Six from Odisha conferred with  National Teachers’ Award 2023

ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଜଣ ଓଡ଼ିଆଙ୍କ ସମେତ ଦେଶର ୭୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ରେ ସମ୍ମାନିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୃତୀ ଶିକ୍ଷକମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ- ଭଦ୍ରକ ଜିଲ୍ଲା କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା, ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ହାଇସ୍କୁଲର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ, ଭୁବନେଶ୍ବର ରାଜ୍ୟପାଳ ଭବନ ନିକଟସ୍ଥ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ ଏବଂ ଜଟଣୀ ଖୁଦପୁରସ୍ଥିତ ଦିବ୍ୟାଙ୍ଗ ସ୍ବତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ। ଏଥି ସହିତ ଓଡ଼ିଶା ବାହାରେ କାର୍ଯ୍ୟକରୁଥିବା ଉତ୍ତରପ୍ରଦେଶର ମିରଟସ୍ଥିତ କେଏଲ୍ ଇଣ୍ଟର୍‌ନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ସୁଧାଂଶୁ ଶେଖର ପଣ୍ଡା ଏବଂ ଗୁଜରାଟର ଭାରତୀୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନରେ କାର୍ଯ୍ୟରତ ପ୍ରଫେସର ଡକ୍ଟର ସତ୍ୟରଞ୍ଜନ ଆଚାର୍ଯ୍ୟ ମଧ୍ୟ ପୁରସ୍କୃତ ହୋଇଥିଲେ।

ପ୍ରତ୍ୟେକଙ୍କୁ ପୁରସ୍କାରସୁରୂପ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି, ମେରିଟ୍ ସାର୍ଟିଫିକେଟ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଥିବା ୭୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ୫୦ ଜଣ ସ୍କୁଲ ଶିକ୍ଷା ବର୍ଗରୁ, ଉଚ୍ଚଶିକ୍ଷା ଅନ୍ତର୍ଗତ ୧୩ ଜଣ ଏବଂ ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରାଳୟ ଅନ୍ତର୍ଗତ ୧୨ ଜଣ ଶିକ୍ଷକଶିକ୍ଷୟତ୍ରୀ ସାମିଲ ଥିଲେ। ପୁରସ୍କାର ଗ୍ରହଣ କରିବା ପରେ ଓଡ଼ିଶାର ଶିକ୍ଷକମାନେ ଆଗକୁ ଏହି ପୁରସ୍କାର ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ବିତରଣ ସମାରୋହରେ ସମ୍ବୋଧନ ଅବସରରେ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କ ତରଫରୁ ନିଷ୍ଠାବାନ ଶିକ୍ଷକମାନଙ୍କ ପ୍ରତି ଆଦର ବ୍ୟକ୍ତ କରୁଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ସିଂହ ଓ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love