An Odisha businessman will donate Rs 250 crore to build the first Jagannath temple in London

ଲଣ୍ଡନରେ ଶୁଭିବ ଜୟ ଜଗନ୍ନାଥ । ସେଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀଜଗନ୍ନାଥ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ପ୍ରଦାନ କରିବ ଫିନ୍ନେଷ୍ଟ କମ୍ପାନୀ । ଲଣ୍ଡନରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଦ୍ବାରା ଆୟୋଜିତ ହୋଇଯାଇଛି ଜଗନ୍ନାଥ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଜଗନ୍ନାଥପ୍ରେମୀ ଯୋଗ ଦେଇଥିବାବେଳେ ୟୁନାଇଟେଡ଼ କିଙ୍ଗଡମ, ଆୟର୍ଲାଣ୍ଡର ଭକ୍ତମାନେ ଯୋଗ ଦେଇଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୁତି ଏବଂ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବାବଦରେ ଗଜପତି ଦିବ୍ୟସିଂହ ଦେବ ନିଜ ବକ୍ତବ୍ୟ ରଖିବା ସହ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦରେ ଲଣ୍ଡନରେ ମନ୍ଦିର ପାଇଁ ସୋସାଇଟିର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଶୀଘ୍ର ପୂରଣ ହେବ ।

ଏନେଇ ସୂଚନା ଦେଇଛନ୍ତି ଫିନ୍ନେଷ୍ଟ କମ୍ପାନୀର ଏମଡି ଅରୁଣ କର । ଫିନ୍ନେଷ୍ଟ କମ୍ପାନୀ ଦୁଇ ଜଣ ଓଡିଆ ଉଦ୍ୟୋଗୀଙ୍କ ମିଳିତ ସହଯୋଗରେ ଗଢି ଉଠିଛି । ମନ୍ଦିର ପାଇଁ ସମସ୍ତ ଖର୍ଚ୍ଚ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀର ଚେୟାରମ୍ୟାନ ବିଶ୍ବଜିତ ପଟ୍ଟନାୟକ କହିଛନ୍ତି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ଅନୁମୋଦନ ମିଳିସାରିଛି । ୧୫ ଏକର ଜମି ପାଇଁ ୭୦ କୋଟି ଟଙ୍କା ଦେଇସାରିଛି ଫିନ୍ନେଷ୍ଟ କମ୍ପାନୀ । ଏହା ସହ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଅନୁମତି ମଗାଯାଇଛି ।

Spread the love