It is a pleasure to see Odisha's art culture and authentic food showcased in the national capital: Dharmendra Pradhan

ରାଜଧାନୀ ଦିଲ୍ଲୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଓଡ଼ିଶା ପର୍ବ-2023ରେ ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପର୍ବର ଆୟୋଜକ ଓଡ଼ିଆ ସମାଜକୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ମହାମାରୀ କାରଣରୁ ଦୀର୍ଘ 3 ବର୍ଷର ବ୍ୟବଧାନ ପରେ ଓଡ଼ିଶା ପର୍ବ ଆୟୋଜନ ହେବା ଆନନ୍ଦର ବିଷୟ । ପୂର୍ବ ଭଳି ଏହାକୁ ଦେଖିବାକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଓ ଭିଡ଼ ମଧ୍ୟ ହେଉଛି ।

ଓଡ଼ିଆ ସମାଜ ଏହି ପର୍ବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, କଳା କାରିଗରୀ, ସାହିତ୍ୟ, ଗୌରବମୟ ଇତିହାସ ଓ ସ୍ବାଧୀନତା ସଂଗ୍ରାମର ପରାକାଷ୍ଠା ଏବଂ ପାରମ୍ପରିକ ଖାଦ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରୁଛି । ଏଠାରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ରକୁ ଜାଣିବା ସହ ମୟୂରଭଞ୍ଜର ପ୍ରସିଦ୍ଧ ମୁଢିମାଂସକୁ ଖାଇ ରାଜଧାନୀବାସୀ ଆନନ୍ଦ ନେଉଛନ୍ତି ।

ଏହି ସମାରୋହରେ ଧର୍ମେନ୍ଦ୍ରଙ୍କ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷମ ରେଡ୍ଡୀ, କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଯୋଗଦେଇଥିଲେ । ଶ୍ରୀ ପ୍ରଧାନ ଦୁଇ ମନ୍ତ୍ରୀଙ୍କୁ ଛେନାପୋଡ଼, ରସଗୋଲା, ମୁଢି ମାଂସ ଓ ଆରିସା ପିଠା ଖୁଆଇବା ସହ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଉପରେ ବୁଝାଇଥିଲେ ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନରେ ଓଡ଼ିଶା ପର୍ବରେ ଯୋଗ ଦେଇଥିବା ଓଡ଼ିଆ ବନ୍ଧୁ, ଭାଇ ଭଉଣୀ ଓ ଯୁବସାଥୀମାନଙ୍କୁ ଭେଟିବା ସହ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

Spread the love