President Droupadi Murmu presents Padma Shri to Odisha's Shri Bhagabat Padhan & Binod Maharana.

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ୨ ଜଣ ପ୍ରତିଭାବାନ ବ୍ୟକ୍ତି । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାର ୮୫ ବର୍ଷୀୟ ଭାଗବତ ପ୍ରଧାନ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଶିଷ୍ୟଙ୍କୁ ଏହି କଳା ଶିଖାଇଛନ୍ତି। ସେହିପରି ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ପଟ୍ଟଚିତ୍ରରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରିବାର ନିଆରା କଳା ଆଜି ଶିଳ୍ପୀ ବିନୋଦ ମହାରଣାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଆଗାମୀ ପିଢି ପର୍ଯ୍ୟନ୍ତ ତାଙ୍କର ଏହି ନିଖୁଣ କଳାକୁ ବଞ୍ଚାଇ ରଖିବା ପାଇଁ ସେ ଅନେକଙ୍କୁ ପଟ୍ଟଚିତ୍ର ଓ ତାଳପତ୍ର କଳା ସମ୍ପର୍କରେ ତାଲିମ ଦେଉଛନ୍ତି।

Spread the love