The 600th anniversary of Rajkanika was celebrated with great fanfare

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ୬୦୦ବର୍ଷର କନିକାରାଜ ମେଲଣ । ପାଞ୍ଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରିଆ ମେଲଣ ଉତ୍ସବ ପରେ କନିକା ରାଜପ୍ରସାଦ ଆଗରେ ରାଜମେଲଣ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ାଠାରୁ ଆରମ୍ଭ କରି ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ଚାନ୍ଦବାଲି ଅଞ୍ଚଳରୁ ହଜାର ହଜାର ଲୋକେ ଯୋଗଦେଇ ଏହି ଉତ୍ସବକୁ ପାଳନ କରିଛନ୍ତି । ଏହି ମେଲଣରେ ଲୋକେ କନିଜା ରାଜା ଓ ରାଣୀଙ୍କ ସହିତ ରଙ୍ଗ ଖେଳିବାର ସୁଯୋଗ ପାଇଥାନ୍ତି । ୫୦ରୁ ଅଧକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତୀ ସୁସଜ୍ଜିତ ବିମାନରେ ଧାଡ଼ିଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, ଝାଞ୍ଜ, ମୃଦଙ୍ଗ ସହିତ ଭଜନ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । ସେପଟେ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ନିକଟରେ ଜ୍ୟୋତିଷଙ୍କ ଦ୍ୱାରା ନୂତନ ପଞ୍ଜିକା ପାଠ କରାଯାଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳମଣ୍ଡପରେ ମା’ଙ୍କ ବିଜେ ପ୍ରତିମାକୁ ଅଣାଯାଇ ମା’ଙ୍କ ଦୋଳ ଉତ୍ସବର ପୂଜାର୍ଚ୍ଚନା କରାଯିବା ସହ ଜ୍ୟୋତିଷଙ୍କ ଦ୍ୱାରା ନୂତନ ପଞ୍ଜିକା ପାଠ କରାଯାଇଥିଲା ।

Spread the love