Odisha's Sabita Mohalik wins the Meri Poushtik Rasoi contest in Mumbai by preparing Odia cuisine

ଆମ ଓଡ଼ିଶାର ଗୃହିଣୀ ମାନେ ଆଉ କେବଳ ରୋଷେଇ ଘରର ଚାରି କାନ୍ଥ ଭିତରେ ସୀମିତ ହୋଇ ରହିନାହାନ୍ତି । ସେମାନେ ନିଜର ରୋଷେଇ କଳାକୁ ଘରୁ ବାହାରକୁ ନେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି । ଏପରି ଜଣେ ଗୃହିଣୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ବୋହୂ ସବିତା ମହାଳିକ ଯିଏ ନିଜର ନିଆରା ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ମୁମ୍ବାଇରେ ‘ମେରି ପୌଷ୍ଟିକ ରଷୋଇ’ ସିଜନ-୬ କାର୍ଯ୍ୟକ୍ରମରେ ପ୍ରସଂଶିତ ହୋଇଛନ୍ତି । ଆମ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି କେତେ ଗୁରୁତ୍ବ ଓ ଦେହ ପାଇଁ କେତେ ହିତକର ତାର ମଡେଲ ଦେଖାଇ ସେ ପ୍ରଶଂସିତ ହୋଇଛନ୍ତି। ଓଡ଼ିଆ ଖାଦ୍ୟ ଯେ ଭାରି ବଢିଆ ତାକୁ ଦେଶରେ ପ୍ରମାଣିତ କରିଥିବା ସବିତା ମହାଳିକଙ୍କ ପାଖକୁ ଏବେ ଅଭିନନ୍ଦନର ଶୁଅ ଛୁଟିଛି। ଭଦ୍ରକର ଲୋକାଲ ଖାଦ୍ୟ ଭାବେ କଦଳୀ ଭଣ୍ଡାରୁ ପ୍ରସ୍ତୁତ ଚଟଣୀ ଖାଇ ଦେଶର ପ୍ରସିଦ୍ଧ ବିଚାରକ ମଣ୍ଡଳୀ ଖୁସି ବ୍ୟକ୍ତ କରିବା ସହ ଶ୍ରେଷ୍ଠ ବୋଲି ଚୟନ କରିଛନ୍ତି।

କଟକର ଝିଅ ସବିତା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ସୁଆଁ ଗ୍ରାମର ବୋହୂ ଅଟନ୍ତି । ସ୍ବାମୀ ଡ. ନିରୋଜ ମହାଳିକ ଜଣେ ବୈଜ୍ଞାନିକ । ସବିତା ଏବେ ଧାନବାଦରେ ରହୁଛନ୍ତି। ପୋଷଣ ଖାଦ୍ୟ ପ୍ରସ୍ତୁତିରେ ଲାଗିଥିବା ଏହି ଓଡ଼ିଆଣୀଙ୍କ ମାଣ୍ଡିଆ ଖାଦ୍ୟର ଉପକାରିତା ଓ ତାର ପ୍ରସ୍ତୁତି ପ୍ରଣାଳୀ ଆଦି ବାବଦରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରି ପୂର୍ବରୁ ବେଶ ସୁନାମ ଆଣିଛନ୍ତି। ମିଲେଟ ମିଶନର ମାଣ୍ଡିଆ
ଖାଦ୍ୟ ସମତେ ଗର୍ଭବତୀଙ୍କ ନିମନ୍ତେ ପୋଷଣ ଖାଦ୍ୟ ପ୍ରସ୍ତୁତି କରିଛନ୍ତି। ଓଡ଼ିଆଙ୍କ ପ୍ରିୟ ମାଣ୍ଡିଆ, କନ୍ଦମୂଳ, ଶାଗ, ସଜନା ଛୁଇଁ, କଲମୀ ଶାଗ, କଦଳୀ ଭଣ୍ଡାରୁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ଖାଦ୍ୟ । ଯାହାର ନାମ ରହିଛି ‘ବରା ତାଓ୍ବା ଫ୍ରାଏ’। ‘ମେରି ପୌଷ୍ଟିକ ରଷୋଇ’ ସିଜନ-୬ କାର୍ଯ୍ୟକ୍ରମରେ ଦେଶର ହଜାରେ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତାଙ୍କ ‘ବରା ତାୱା ଫ୍ରାଏ’ ଶ୍ରେଷ୍ଠ ହୋଇଛି । ପ୍ରଥମ ପୁରସ୍କାର ଭାବେ ସେ ଟ୍ରଫି ସହ ଅର୍ଥରାଶି ପାଇଛନ୍ତି । କାର୍ଯ୍ୟକ୍ରମର ଗ୍ରାଣ୍ଡ ଫାଇନାଲ ମୁମ୍ବାଇରେ ହୋଇଥିଲା। ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଦେହ ପାଇଁ କେତେ ହିତକର ତାର ଟିକିନିକ୍ କଥା ଗ୍ରାଣ୍ଡ ଜୁରିଙ୍କ ଆଗରେ ବିଶ୍ଳେଷଣ କରିଥିଲେ ସବିତା। ଜୁରି ସବିତାଙ୍କ ମାଣ୍ଡିଆ ସହ କନ୍ଦମୂଳ ଆଉ ସବୁ ପ୍ରକାରର ଶାଗ ମିଶା ପ୍ରସ୍ତୁତ ବରାକୁ ଖାଇଥିଲେ। ସେହିଭଳି ଭଦ୍ରକରେ ଲୋକାଲ ଖାଦ୍ୟ ଭାବେ କଦଳୀ ଭଣ୍ଡାରୁ ପ୍ରସ୍ତୁତ ଚଟଣୀ ଏବଂ ସଜନା ଛୁଇଁରୁ ପ୍ରସ୍ତୁତ ସସ ବି ସେମାନେ ଚାଖିଥିଲେ। ପରେ ବିଚାରକ ମଣ୍ଡଳୀ ସବିତାଙ୍କ ପୋଷଣ ଖାଦ୍ୟକୁ ଶ୍ରେଷ୍ଠ ଭାବେ ବାଛି ପ୍ରଥମ ପୁରସ୍କାର ପ୍ରଦାନ କରିବା ସହ ମହିଳାଙ୍କ ପାଇଁ ଏହି ଖାଦ୍ୟ ନିହାତି ଜରୁରି ବୋଲି ମତବ୍ୟକ୍ତ କରିଥିଲେ।

Spread the love