ଜଣେ ଓଡ଼ିଆ ମହିଳା ଡାକ୍ତର ମୁଖଗହ୍ବର କ୍ୟାନସର ନିଦାନ ପାଇଁ ବିକାଶ କରିଛନ୍ତି ଏକ ଅଭିନବ ଉତ୍ପାଦ । ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକାଙ୍କ ଉତ୍ପାଦକୁ ଦେଶର ଅଗ୍ରଣୀ ଔଷଧ କଂପାନି ସୁପ୍ରିୟା ଲାଇଫ୍‌ ସାଇନ୍‌ସେସ୍‌ କିଣିଛି। ଏହା ସମ୍ପର୍କରେ ସ୍ବାଗତିକା କହିଛନ୍ତି ଯେ ସାଧାରଣତଃ ମୁଖଗହ୍ବର କ୍ୟାନସରର ନିଦାନ କରିବା ଲାଗି ୧୦ ଦିନ ସମୟ ଲାଗିଯାଏ। ଏହି କାମ କିଭଳି ଶୀଘ୍ର ହୋଇପାରିବ ତାହା ଭାବି ମୁଁ ଏହି ଉତ୍ପାଦ ବିକାଶ କରିଛି। ମୁଁ ଯାହା ବିକାଶ କରିଛି ତାହା ଏକ ରଙ୍ଗ ଭଳି ଉପାଦାନ ଯାହାକୁ ପାଟି ଭିତରେ ହୋଇଥିବା ଘା’ରେ ଲଗାଇଲେ ସେଥିରେ କ୍ୟାନସର ରୋଗ ତତ୍ତ୍ବ ରହିଛି ନା ନାହିଁ ଜଣାପଡ଼ୁଛି। ୫୦୦ ରୋଗୀଙ୍କଠାରେ ତାହାର ପରୀକ୍ଷଣ କରାଯାଇଥିଲା ଯାହାର ସଫଳତା ହାର ୯୬ ପ୍ରତିଶତରୁ ଅଧିକ ଥିଲା।

ତେବେ ଏହି ଉତ୍ପାଦ ବିକାଶ କରିବା ଲାଗି ସ୍ବାଗତିକାଙ୍କୁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ଶିଳ୍ପ ଗବେଷଣା ସହାୟତା ପରିଷଦ (ବାଇରାକ୍‌) ଓ ଷ୍ଟାର୍ଟଅପ୍‌ ଓଡ଼ିଶାଠାରୁ ପାଣ୍ଠି ମିଳିଥିଲା। ୨୦୨୨ ମାର୍ଚ୍ଚରେ ଏଥିପାଇଁ ସେ ପେଟେଣ୍ଟ୍‌ ପାଇଥିଲେ ଏବଂ ଏହାକୁ ଔଷଧ କ୍ଷେତ୍ରର ନିୟାମକ ସଂସ୍ଥା ଡିସିଜିଆଇର ଅନୁମୋଦନ ମଧ୍ୟ ମିଳିଛି। କିଟ୍‌-ଟିବିଆଇରେ ସହଯୋଗରେ ‌ଏହି ଉତ୍ପାଦ ଔଷଧ କଂପାନି ପାଖରେ ପହଞ୍ଚିପାରିଥିବା ସ୍ବାଗତିକା କହିଛନ୍ତି। ତେବେ ସ୍ଵାଗତିକଙ୍କ ଏହି ଅଭିନବ ନିଦାନ ଉତ୍ପାଦ ମୁଖଗହ୍ବର କ୍ୟାନସର ନିଦାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

Spread the love