Today Maa Biraja's Rathayatra

ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ । ଆଜି ସଂଧ୍ୟାରୁ ଆରମ୍ଭ ହେବ ମା’ ବିରଜାଙ୍କ ସିଂହଧ୍ବଜ ରଥଯାତ୍ରା । ୯ ଦିନ ଧରି ରଥରେ ଗଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା’ ଜଗତ ଜନନୀ । ଆଜିଠାରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ । ଏହି ୯ ଦିନ ଧରି ଶକ୍ତି ବଲ୍ଲଭ ମନ୍ତ୍ରରେ ପୂଜା କରାଯିବା ସହ ମା’ ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି ।

Spread the love