ମାଣ୍ଡିଆରେ ବନାନ୍ତୁ ସୁସ୍ବାଦୁ ବ୍ୟଞ୍ଜନ

ମିଲେଟ୍… ଆପଣଙ୍କୁ ବି ଏହା ଶୁଣିଲା ଶୁଣିଲା ପରି ନିଶ୍ଚିତ ଲାଗୁଥିବ । କାରଣ ଗତ କିଛି ମାସ ହେବ ଏହାକୁ ନେଇ ଜୋରସୋରରେ ଚର୍ଚ୍ଚା । ନିକଟରେ ଆପଣ ଯଦି କିଛି ମେଳା, ମହୋତ୍ସବ କିମ୍ବା ସମାବେଶକୁ ବୁଲିବାକୁ ଯାଇଥିବେ, ତାହେଲେ ସେଠାରେ ମିଲେଟକୁ ନେଇ କେତେକ ଷ୍ଟଲ ଦେଖିବାକୁ ପାଇଥିବେ । ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ମିଲେଟ୍ ଏବଂ ଏଥିରୁ ପ୍ରସ୍ତୁତ ସୁସ୍ବାଦ ଜଳଖିଆ, ସ୍ନାକ୍ସ ଓ ଟିଫିନ୍ ବିଷୟରେ ।

ମିଲେଟ୍

ମିଲେଟ୍ ହେଉଛି ଲଘୁ କ୍ଷୁଦ୍ର ଖାଦ୍ୟଶସ୍ୟ । ଏହି ଶସ୍ୟ ମଧ୍ୟରେ ମାଣ୍ଡିଆ, ଯଅ, ବାଜରା, ମକା. ସୁଆଁ, ଚଣା, କୋଦୋ, କାଙ୍ଗୁ ଆଦି ଅନ୍ୟତମ । ଏହି ଲଘୁ କ୍ଷୁଦ୍ର ଶସ୍ୟରେ ରହିଛି ପ୍ରଚୁର ପରିମାଣରେ ପୋଷକ ତତ୍ତ୍ବ। ତେଣୁ ମିଲେଟ୍ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ଓ ନୀରୋଗ ରହିଥାଏ। ଆଗରୁ କେବଳ ଏଥିରେ ଦେଶୀ ଖାଦ୍ୟ ପ୍ରସ୍ତୁତ ହୋଇଥିବା ବେଳେ, ଆଜିକାଲି ଏହାକୁ ଅଧିକ ସୁଆଦିଆ କରିବା ପାଇଁ ଏଥିରୁ କେକ୍, ବିସ୍କୁଟ, ସୁପ୍‌, ହାଲୁଆ, ଇଡଲି, ପକୁଡ଼ି, ଦୋସା, ବରା, ବିଭିନ୍ନ ପ୍ରକାର ରୋଲ୍‌, ମୁଡକି ପ୍ରସ୍ତୁତ କରାଯାଉଛି, ଯାହାକୁ ଆପଣ ସକାଳ ଜଳଖିଆ ଏବଂ ସନ୍ଧ୍ୟାରେ ଟିଫିନ୍ ପରି ଖାଇପାରିବେ । କିନ୍ତୁ ଆମେ ଆଜିର ଏହି ବ୍ଲଗରେ ଆପଣଙ୍କୁ କେବଳ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସମ୍ପର୍କରେ ଜଣାଇବୁ।

ମାଣ୍ଡିଆ ମଣ୍ଡା ପିଠା

ଚାଉଳ, ସୁଜି ମିଶ୍ରିତ ମଣ୍ଡା ପିଠା ଯେପରି ଖାଇବାକୁ ବହୁତ ଭଲ ଲାଗେ, ସେହିପରି ମାଣ୍ଡିଆ ମଣ୍ଡା ପିଠା ମଧ୍ୟ ଖୁବ ସ୍ବାଦିଷ୍ଟ । ପ୍ରଥମେ କଡ଼େଇରେ ଦେଢ ଗ୍ଲାସ ପାଣିରେ ତେଜପତ୍ର, ଘିଅ, ଗୋଲମରିଚ ଓ ଗୁଜୁରାତି ଗୁଣ୍ଡ ଦେଇ ଭଲଭାବରେ ଫୁଟିଲା ପରେ ମାଣ୍ଡିଆ ଚୂନା ମିଶାଇ ଜନ୍ତୁଣି ତିଆରି କରନ୍ତୁ । ଏଥିରେ ନଡ଼ିଆ ପୁର ଦେଇ ଗୋଲ ଗୋଲ ଆକାରରେ ପିଠା ତିଆରି କରି ଇଡଲି ଛାଞ୍ଚରେ ସିଜାନ୍ତୁ । ଆପଣ ଏହାକୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଖାଇପାରିବେ ଏବଂ ଏହାକୁ ବିଭିନ୍ନ ପର୍ବପର୍ବାଣୀରେ ଠାକୁରଙ୍କ ପାଖରେ ଭୋଗ ଲଗାଇପାରିବେ ।

ମାଣ୍ଡିଆ ସୁପ୍

ସାଧାରଣ ସୁପ୍ ଠାରୁ ମାଣ୍ଡିଆ ସୁପର ସ୍ବାଦ ଭିନ୍ନ ।  ଏଥିପାଇଁ ଏକ କଡ଼େଇରେ ବଟରରେ ଟିକିଟିକି କଟା ହୋଇଥିବା ବିନ୍‌, ଗାଜର ଓ କ୍ୟାପସିକମକୁ ଭାଜିବା ପରେ ଦୁଇ ବଡ଼ ଚାମଚ ମାଣ୍ଡିଆ ଚୂନା, ସିଝା ଗ୍ରୀନ ମଟର, ଚିମୁଟାଏ ଚିନି, ଗୋଲମରିଚ ଗୁଣ୍ଡ, ପାଣି ଓ ଲୁଣ ପକାଇ ସିଜାନ୍ତୁ । ସୁପ୍ ହାଲକା ଉଷୁମ ଥିବା ସମୟରେ ଏକ ଶୀତୁଆ ସନ୍ଧ୍ୟା ସମୟରେ ବସି ପିଅନ୍ତୁ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ।

ମାଣ୍ଡିଆ ଲଡ଼ୁ

ସାଧାରଣତଃ ମାଣ୍ଡିଆ ଲଡ଼ୁର ସ୍ବାଦ ଭିନ୍ନ । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଭଜା ମାଣ୍ଡିଆ ଚୂନାରେ ଗୁଡ଼, ଘିଅ ବା ତେଲକୁ ପକାଇ ଭଲଭାବରେ ଗୋଳାଇବାକୁ ପଡ଼େ । ପରେ ନିଜ ପସନ୍ଦ ଅନୁଯାୟୀ କାଜୁ ଓ ବାଦାମ ପକାଇ ପାରିବେ । ଚୂନା ଅଠାଳିଆ ହେବା ପରେ ଲଡ଼ୁ ପ୍ରସ୍ତୁତ କରିପାରିବେ । ଆପଣ ଏହାକୁ ଯେକୌଣସି ସମୟରେ ଖାଇପାରିବେ । ଏପରିକି କାହା ଘରକୁ ଯାଉଥିଲେ, ମିଠା ବଦଳରେ ସ୍ବାଦିଷ୍ଟ ତଥା ପୃଷ୍ଟିକର ଏହି ମାଣ୍ଡିଆ ଲଡ଼ୁକୁ ଉପହାର ସ୍ବରୂପ ଦେଇପାରିବେ ।

ମାଣ୍ଡିଆ ପକୁଡ଼ି

ଶୀତଦିନେ ଗରମ ଗରମ ପକୁଡ଼ି ଖାଇବାର ମଜା ଅଲଗା । ସାଧାରଣ ବେସନ ପକୁଡ଼ି ପରି ମାଣ୍ଡିଆରେ ତିଆରି ପକୁଡ଼ିର ମଧ୍ୟ ସମାନ ସ୍ବାଦ । ମାଣ୍ଡିଆ ପକୁଡ଼ି ତିଆରି କରିବା ପାଇଁ ପ୍ରଥମେ ମାଣ୍ଡିଆ ଚୂନା ଓ ବେସନରେ ଜିରା, ଲଙ୍କାଗୁଣ୍ଡ, ଲୁଣ ଓ ବେକିଂ ପାଉଡର୍ ମିଶାଇ ଦିଅନ୍ତୁ । ତା’ପରେ ପାଣି ମିଶାଇ ପକୁଡ଼ି ପାଇଁ ଉପଯୁକ୍ତ ଆଣ ପ୍ରସ୍ତୁତ କରି ତେଲରେ ପକଡ଼ି ଛାଣନ୍ତୁ । ଘରକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଆପଣ ଏହି ଗରମ ଗରମ ତଥା ସ୍ବାଦିଷ୍ଟ ପକୁଡ଼ିକୁ ପରଷି ପାରିବେ ।  

ମାଣ୍ଡିଆ ଦୋସା

ଆଜିକାଲି ଦୋସାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ତେଣୁ ନିତିଦିନିଆ ଦୋସା ପରିବର୍ତ୍ତେ ମାଣ୍ଡିଆରେ ଦୋସା ପ୍ରସ୍ତୁତ କରନ୍ତୁ । ଏହା ଅତି ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟକର ହୋଇଥାଏ । ବିରି ଓ ମାଣ୍ଡିଆକୁ ପ୍ରଥମେ ଚାରି ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ । ଏହାପରେ ଅଲଗା ଅଲଗା ବାଟି ମିଶାଇ ଦିଅନ୍ତୁ । ସେଥିରେ ଲୁଣ ପକାଇ ସାରା ରାତି ରଖିଦିଅନ୍ତୁ । ପରଦିନ ସକାଳେ ସେଥିରେ ଅଳ୍ପ ପାଣି ମିଶାଇ ଉପଯୁକ୍ତ ଆଣ ପ୍ରସ୍ତୁତ କରି ତେଲ ଦେଇ ପତଳା ପତଳା ଦୋସା ପ୍ରସ୍ତୁତ କରନ୍ତୁ । ଏହାସହ ଆପଣଙ୍କ ପସନ୍ଦ ମୁତାବକ ମସଲା ଆଳୁରେ ଖାଇପାରିବେ ଏବଂ ଅନ୍ୟକୁ ଦେଇପାରିବେ ।  

ମାଣ୍ଡିଆ ହାଲୱା

ଶୀତଦିନେ ସକାଳ ହେଉ କି ସନ୍ଧ୍ୟା ଗରମ ଗରମ ହାଲୱା ଖାଇବାକୁ ଭଲ ଲାଗେ । ଆପଣ ସର୍ବଦା ସୁଜି ହାଲୱା ହିଁ ଖାଇଥିବେ । ହେଲେ ଏଥର ଘରେ ବନାନ୍ତୁ ମାଣ୍ଡିଆ ହାଲୱା । ଏଥିପାଇଁ ଏକ କଡ଼େଇରେ ଏକ କପ୍ ପାଣି ସହ କ୍ଷୀର, ତେଜପତ୍ର, ଗୁଜୁରାତି ଗୁଣ୍ଡ, ଗୁଡ଼ ଓ ମାଣ୍ଡିଆ ଚୂନ ପକାଇ କିଛି ସିଝାଇଦେବେ । ଆପଣ ଚାହିଁଲେ ଏଥିରେ ଏକ ଚାମଚ ଘିଅ କିମ୍ବା ଭଜା କାଜୁକୁ ପକାଇପାରିବେ । ଆପଣ କମ୍ ଉଷୁମ ଥିବା ବେଳେ ଏହାକୁ ଖାଇପାରିବେ । ଏହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ।

ମିଲେଟ୍ ଦ୍ବାରା କମ୍ ଖର୍ଚ୍ଚରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ହୋଇପାରୁଛି । ଧୀରେଧୀରେ ଜଳବାୟୁ ପରିବର୍ତ୍ତନ ହେବାରୁ ସମସ୍ତେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ତେଣୁ ମିଲେଟ୍ ପରି ପୁଷ୍ଟିକର ତଥା ସୁସ୍ଥ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ଆଜିକାଲି ପରାମର୍ଶ ଦେଉଛନ୍ତି । ଏଥିପାଇଁ ମିଲେଟରେ ପ୍ରସ୍ତୁତ ଖାଦ୍ୟକୁ କେବଳ ଆମ ରାଜ୍ୟ ନୁହେଁ ଅନ୍ୟ ରାଜ୍ୟ ତଥା ବିଦେଶରେ ମଧ୍ୟ ପସନ୍ଦ କରୁଛନ୍ତି । ଆପଣ ବି ଆପଣଙ୍କ ଦୈନନ୍ଦିନ ଭୋଜନରେ ମିଲେଟର ଯେକୌଣସି ଖାଦ୍ୟକୁ ସାମିଲ କରିପାରିବେ । ଏହିପରି ତଥ୍ୟ ଭିତ୍ତିକ କିମ୍ବା ଓଡ଼ିଶା ସହ ଜଡ଼ିତ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।  

Spread the love