Odisha mountaineer Soubhagya Kumar Rath scales Mount Elbrus, the highest mountain peak in Europe.

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ । ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ (୫୬୪୨ ମିଟର)ରେ ସେ ଜାତୀୟ ପତାକା ଉଡ଼ାଇଛନ୍ତି। ନୟାଗଡ଼ର ଗୌରବ ତଥା ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ରଚିଛନ୍ତି। ସେ ଏହି ସଫଳତା ପାଇବା ପରେ କହିଛନ୍ତି, ଭାରତୀୟ ସମୟ ଅନୁସାରେ ଦିନ ୧୧.୧୦ରେ ଇଉରୋପ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ ଆରୋହଣ କଲି। ପ୍ରବଳ ଝଡ ଓ ତୁଷାରପାତ ସତ୍ତ୍ବେ ଏହି ଦଳର ସମସ୍ତ ସଦସ୍ୟ ସଫଳ ହେଲେ। ଏହି ଦଳରେ ୪ ରୁଷୀୟ , ୨ ଭାରତୀୟ ଏବଂ ୩ ଜଣ ପ୍ରଶିକ୍ଷକ ଯାଇଥିଲେ। ସୌଭାଗ୍ୟ ନିଜ ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ସୌଭାଗ୍ୟ ନୟାଗଡ଼ରୁ ଯାତ୍ରା ଆରମ୍ଭ କରିଥିଲେ। ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିଥିଲେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିଥିଲେ। ଅଗଷ୍ଟ ୮ ତାରିଖରେ ଦୁଃସାହସିକ ପର୍ବତାରୋହଣ ଆରମ୍ଭ କରିଥିଲେ ଏବଂ ଏହାପରେ ଅଗଷ୍ଟ ୧୩ ରେ ସୌଭାଗ୍ୟ ତାଙ୍କର ଦୁଃସାହିସକ ପର୍ବତାରୋହଣ ଶେଷ କରିଛନ୍ତି।

Spread the love