Mahendragiri Hills is recognized as a biodiversity heritage site

କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ପରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ରହିଛି । ଜୈବବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ଲାଗି ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବିଭାଗ ପକ୍ଷରୁ ମୋହର ଲଗାଯାଇଛି । ଏଥିସହ ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ମହେନ୍ଦ୍ରଗିରି’କୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦେବା ଲାଗି ଗଣ୍ଡାହାତୀ ଜୈବବିବିଧତା ପରିଚାଳନା କମିଟି(ବିଏମ୍‌ସି), ମୋହନା ବିଧାୟିକା, ପାରଳାଖେମୁଣ୍ଡି ଡିଏଫ୍‌ଓ ଓ ସ୍ବେଚ୍ଛାସେବୀ ସଙ୍ଗଠନ ‘ଲିପିକା’ ପ୍ରସ୍ତାବ ରଖିଥିଲେ। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ୨୦୨୦ ସେପ୍ଟେମ୍ବର ୧୩ରେ ସେଠାକାର ଗ୍ରାମସଭାରେ ଅନୁମୋଦନ ମିଳିଥିଲା । ଏଥିସହ ରାଜ୍ୟ ଜୈବ ବିବିଧତା ବୋର୍ଡର ନିୟମାବଳୀର ସମସ୍ତ ସର୍ତ୍ତକୁ ‘ମହେନ୍ଦ୍ରଗିରି’ ପୂରଣ କରୁଥିବାରୁ ତାହାକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବେ ଘୋଷଣା କରାଯାଉଛି । ଦୁଇଟି ସଂରକ୍ଷିତ ଜଙ୍ଗଲ(ଇଡୋନଗିରି ଓ ମହେନ୍ଦ୍ରଗିରି)ର ୪୨୫୦ ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀରେ ସାମିଲ କରାଯାଇଛି । ଏହା ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ହୋଇଛି ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Spread the love