PM Modi Lauds Odisha’s Kamala Moharana For ‘Waste To Wealth’ Initiative

ଲୋକମାନେ ଯାହାକୁ ଅଦରକାରୀ ଭାବି ପିଙ୍ଗି ଦେଉଥିଲେ, ତାହାକୁ ସେ ଦରକାରୀ ଭାବି ଗୋଟାଇ ଆଣି ଘରକରଣା ସାମଗ୍ରୀ ତିଆରି କରୁଥିଲେ। ଆଉ ତାଙ୍କରି ଏହି କଳାକୃତି ପାଇଁ ସେ କେବଳ ରାଜ୍ୟ କାହିଁକି, ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ୍‌ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଏହି ପ୍ରତିଭାବାନ୍‌ ମହିଳାଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶ˚ସା କରିଛନ୍ତି। ଛିଣ୍ତା ଜରି ଭଳି ବର୍ଜ୍ୟବସ୍ତୁରୁ ଘରକରଣା ତଥା ସାଜସଜ୍ଜା ତିଆରି କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ଏହି ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‌ ଗୁଲନଗର ପଞ୍ଚାୟତ ଖଇରାବାଦ୍‌ ଗ୍ରାମର କମଳା ମହାରଣା(୬୩)। ମାତ୍ର ଦ୍ବିତୀୟ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। କିନ୍ତୁ ଅଦରକାରୀ ବର୍ଜ୍ୟବସ୍ତୁରୁ ଯେ ମନଲାଖି ଘରକରଣା ସାମଗ୍ରୀ ତିଆରି କରାଯାଇ ବଜାରରେ ବିକ୍ରି କରାଯାଇପାରିବ, ତାହା ସେ ପ୍ରମାଣ କରି ଦେଖାଇଛନ୍ତି। ତାଙ୍କର ଏହି ନିରବ ସାଧନାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ସ୍ବୀକୃତି ଦେବା ସହିତ ପରିବେଶ ସ୍ବଚ୍ଛତା ସହିତ ଅର୍ଥ ଉପାର୍ଜନ ଉଦ୍ୟମକୁ ପ୍ରଶ˚ସା ନ କରି ରହିପାରିନାହାନ୍ତି।

Spread the love