Remembering Odia actor and director Mohmmad Mohsin on his birth anniversary

ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ମହମ୍ମଦ ମହସୀନଙ୍କ ଜୟନ୍ତୀ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ଏକସଙ୍ଗରେ ଜଣେ ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ କାହାଣୀକାର । ୧୪ ସେପ୍ଟେମ୍ବର, ୧୯୪୨ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ମହସୀନ । କଟକର ସୟିଦ ସେମିନାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ପରେ କଟକ ରେଭେନ୍ସା କଲେଜରୁ ଆର୍ଟରେ ସ୍ନାତକୋତ୍ତର କରିଥିଲେ । କଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ତାଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହାସହିତ କଳାପ୍ରତି ଥିବା ଅହେତୁକ ଦୁର୍ବଳତା ହେତୁ କଟକର ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ ଜାରି ରଖିଥିଲେ ।ତା’ପରେ ଭାଗ୍ୟ ପରୀକ୍ଷା କରିବା ପାଇଁ ସେ ମାୟାନଗରୀ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜା ଓ ହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ। ୧୯୮୨ ମସିହାରେ “ଫୁଲ ଚନ୍ଦନ” କଥାଚିତ୍ରରେ ସେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେଇଥିଲେ ଓ ଏହି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେ ପାଇଥିଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।

ଓଡ଼ିଆ ଦର୍ଶକଙ୍କ ପସନ୍ଦ ଅନୁସାରେ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଓ ବ୍ୟବସାୟିକ ସଫଳତା ହାସଲ କରିବା ଭଳି ସିନେମା ଭେଟି ଦେଇ ଓଡ଼ିଆ ସିନେମା ଜଗତରେ ସେ ଏକ ବିପ୍ଳବ ଆଣିଥିଲେ । ସେ ପ୍ରାୟ ୧୪ ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ୧୬ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ କିଛି ଆଗ ଧାଡ଼ିର ସିନେମା ଫୁଲ ଚନ୍ଦନ, ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ସହରୀ ବାଘ, ଲକ୍ଷ୍ମଣ ରେଖା, ସନ୍ତାନ, ଚକା ଭଉଁରୀ, ବିଧିର ବିଧାନ ଆଦି ଆଜି ମଧ୍ୟ ଦର୍ଶକମାନଙ୍କ ମନକୁ ଟାଣିଧରିଛି ।

Spread the love