Today Navaratra Eight Day

ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଏହି ଅବସରରେ ମାଆଙ୍କୁ ପଣା , ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଛି । ଅଷ୍ଟମୀରେ ମହିଳାମାନେ ବ୍ରତ ରଖିଥାନ୍ତି । ଶାଢୀ , ଶଂଖା , ସିନ୍ଦୁର ସହ ବିଭିନ୍ନ ଫଳମୂଳ ଆଣି ମଆଙ୍କ ନିକଟରେ ପୂଜା କରିଥାନ୍ତି । ଅଷ୍ଟମୀରେ ଦେବୀ ଦୁର୍ଗାଙ୍କ ମହାଗୌରୀ ସ୍ବରୂପ ପୂଜା ପାଇଥାନ୍ତି । ‘ମହାଗୌରୀ’ର ଅର୍ଥ ସେ ବିଜୁଳି ପରି ଉଜ୍ଜ୍ବଳ । ଶିବଙ୍କୁ ପାଇବା ପାଇଁ ସେ ଯୁଗ ଯୁଗ ଧରି ଅଚଳ ଅବସ୍ଥାରେ ମହାତପରେ ବସିଥିଲେ । ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇଥିଲେ, ତେଣୁ ତାଙ୍କର ନାମ ମହାଗୌରୀ । ଦୁର୍ଗାଙ୍କ ଏହି ରୂପକୁ ପୂଜା କଲେ ସମସ୍ତ ପାପ କ୍ଷୟ ହୁଏ ଏବଂ ଦୁଃଖ, ସନ୍ତାପ କଦାପି ସ୍ପର୍ଶ କରେ ନାହିଁ ।

Spread the love