ORMAS Stall at Bhubaneswar Airport

ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ କେବଳ ରାଜ୍ୟ ଭିତରେ ସୀମିତ ହୋଇରହିନାହିଁଁ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ରାଜ୍ୟ ତଥା ଦେଶ ବାହାରେ ଆଦୃତ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳୁଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ କରାଯାଇଛି ଭିନ୍ନ ପ୍ରୟାସ। ଏଥିପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର ଷ୍ଟଲ। ୨ମାସ ଭିତରେ ମୋଟ ଅଢେଇ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇଛି। ଏବେ ମାସକୁ ପ୍ରାୟ ୮୦-୧ଲକ୍ଷ ଟଙ୍କାର ବ୍ୟବ୍ୟସାୟ ହେଉଥିବା ସୂଚନା ମିଳିଛି। ଏହାଫଳରେ ଗ୍ରାମାଞ୍ଚଳର ମହିଳାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।

Spread the love