Union Minister Dharmendra Pradhan Inaugurates Third G20 Education Working Group Meeting in Bhubaneswar

ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଜି -୨୦ ସମ୍ମିଳନୀ । ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। । ଭୁବନେଶ୍ବର ଆଇଏମଏମଟି ପରିସରରେ ଆରମ୍ଭ ହୋଇଛି ଜି-୨୦ ‘ଶିକ୍ଷା ଓ୍ବାକିଂ ଗ୍ରୁପ’ର ତୃତୀୟ ବୈଠକ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି “ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ”। ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣିଙ୍ଗ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବ । ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାର ବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ ।

ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ଗୁରୁତ୍ଵ ଦିଆଯିବ। ଏହା ସବୁଠି ପହଞ୍ଚାଇବା ପାଇଁ ଯୋଜନା କରାଯିବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶ୍ୱରେ ଦ୍ରୁତ ଗତିରେ ଟେକ୍ନୋଲୋଜି ପରିବର୍ତ୍ତନ ହେଉଛି। ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି। ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ। ଏଥିପାଇଁ ଭାରତ ଜି-୨୦ ପ୍ରେସେଡିନ୍ସି ପ୍ରତିବଦ୍ଧ ହେବ। ଏହି ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀ ଆଜିଠାରୁ ୨୮ ଯାଏ ଚାଲିବ। ଏହି ଅବସରରେ ସିଏସଆଇଆର -ଆଇ ଏମ ଏମଟି ପରିସରରେ ଏକ ପ୍ରଦର୍ଶନୀ ର ଆୟୋଜନ କରାଯାଇଛି। ଏନଆଇଟି ରାଉରକେଲା, ଆଇଆଇଏମ୍ ସମ୍ବଲପୁର, ମେଟ୍ଟା ଭଳି ଅନୁଷ୍ଠାନ ପକ୍ଷରୁ ପ୍ରକଳ୍ପ ମଧ୍ୟ ପ୍ରଦର୍ଶିତ ହୋଇଛି ।

Spread the love