Odisha Utsava starts from today in Banglore

ଆଜିଠାରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବେଙ୍ଗାଲୁରୁ ରବୀନ୍ଦ୍ର କଳା କ୍ଷେତ୍ର ପରିସରରେ ଅନୁଷ୍ଠିତ ହେବ ‘ଓଡ଼ିଶା ଉତ୍ସବ’। ଏହି ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ଲଳିତ କଳା ଏକାଡେମିର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ତେବେ ଏହି ୩ ଦିନ ସାହିତ୍ୟ ଏକାଡେମି ପକ୍ଷରୁ କବିତା ପାଠୋତ୍ସବ ସହିତ ପୁସ୍ତକ ପ୍ରଦର୍ଶନ, ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ନାଟକ ‘ଆହେ ନୀଳଶଇଳ’ ଓ ଲଳିତ କଳା ଏକାଡେମି ପକ୍ଷରୁ ପଟ୍ଟଚିତ୍ର ପ୍ରଦର୍ଶିତ ହେବ । ଏଥିସହିତ ଜଗନ୍ନାଥଙ୍କ ମହିମାର ପ୍ରଚାର ପ୍ରସାର କରାଯିବ । ଏହି ଅବସରରେ ଉତ୍ସବର ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା ।

Spread the love