Education Minister Dharmendra Pradhan launches new BS course at IIT Madras

ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ପୁରୀ ଏବଂ ଭୁବନେଶ୍ୱର ଭଳି ସମ୍ବଲପୁର ଜିଲ୍ଲାର ମହାନଦୀ ତଟରେ ଅବସ୍ଥିତ ଥିବା ବିଶ୍ୱର ଦୀର୍ଘତମ ନଦୀବନ୍ଧ ହୀରାକୁଦ, ହୁମା ମନ୍ଦିର ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ହୋଇନାହିଁ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସହର ସମ୍ବଲପୁର ପାରମ୍ପରିକ ହସ୍ତଶିଳ୍ପ, ବସ୍ତ୍ର ଏବଂ ଶାଢି ପାଇଁ ଅଧିକ ପରିଚିତ । ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସେମାନେ ସମ୍ବଲପୁରୀ ବସ୍ତ୍ରାଳୟକୁ ଯାଇ ପୋଷାକ ବୁଣିବା ପଦ୍ଧତି ଶିଖିବା ସହ ସ୍ଥାନୀୟ ସାମଗ୍ରୀ ମଧ୍ୟ କିଣିବେ ।

Spread the love