Sand artist Sudarsan Pattnaik's largest sand hockey stick has set a new world record.

ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା । କଟକ ମହାନଦୀ ତଟରେ ସେ ବାଲୁକା କଳାରେ କରିଥିବା ହକି ଷ୍ଟିକ୍କୁ ବିଶ୍ୱ ରେକର୍ଡରେ ସ୍ଥାନ ମିଳିଛି । ୱାଲର୍ଡ ରେକର୍ଡସ ଇଣ୍ଡିଆ ପକ୍ଷରୁ ଏହି ବାଲୁକାକଳାକୁ ବିଶ୍ୱର ସର୍ବବୃହତ ହକି ଷ୍ଟିକର ମାନ୍ୟତା ପ୍ରଦାନ କରାଯାଇଛି । ୱାର୍ଲ୍ଡ ରେକର୍ଡସ ଇଣ୍ଡିଆର ପ୍ରତିଷ୍ଠାତା ପାଭନ୍ ସୋଲାଙ୍କି, ବିଭାଗୀୟ ମୁଖ୍ୟ ସୁଷମା ନାର୍ଭେକର ଓ ବରିଷ୍ଠ ବିଚାରପତି ସଞ୍ଜୟ ନାର୍ଭେକର ଏହି ମାନ୍ୟତା ଦେଇଛନ୍ତି । ସୁଦର୍ଶନ ପଟ୍ଟନାୟକଙ୍କୁ ୱାଲର୍ଡ ରେକର୍ଡ ଅଫ୍ ଇଣ୍ଡିଆ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମହାନଦୀ ତଟରେ ୧୦୫ ଫୁଟ ଲମ୍ବରେ ୫ ହଜାର ହକି ବଲ ବ୍ୟବହାର କରି ଏହି ହକି ଷ୍ଟିକ୍ ନିର୍ମାଣ କରିଥିଲେ । ହକି ବିଶ୍ୱକପ୍ ଉଦଘାଟନୀ ଅବସରରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ପ୍ରସ୍ତୁତ କରିଥିଲେ ।

Spread the love