Dance festival has been held in Singapore on behalf of 'Odisha Society of Singapore'

ସିଙ୍ଗାପୁରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଶା ସୋସାଇଟି ଅଫ୍‌ ସିଙ୍ଗାପୁର’ ପକ୍ଷରୁ ସିଙ୍ଗାପୁରରେ ଏକ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶୀ, ସିଙ୍ଗାପୁରୀ, ଚାଇନିଜ୍‌ ତଥା ମାଲ୍ଲୀ ନୃତ୍ୟର ଯୁଗଳବନ୍ଦୀ ଦର୍ଶକଙ୍କ ଭରପୂର୍‌ ମନୋରଂଜନ କରିଥିଲା । ବିଦେଶରେ ରହୁଥିବା ପ୍ରବାସୀମାନେ ନିଜ ରାଜ୍ୟର କଳା ସଂସ୍କୃତିକୁ ଉପଭୋଗ କରିଥିଲେ । ବିଶିଷ୍ଟ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ଅନେକ ନୃତ୍ୟଶିଳ୍ପୀ ମଞ୍ଚରେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ । ସେହିଭଳି ସିଙ୍ଗାପୁରରେ ଥିବା ଓଡ଼ିଶୀ ନୃତ୍ୟ ଏକାଡେମି ପକ୍ଷରୁ ଗୁରୁ ସସ୍ମିତା ପାଲ୍‌ଙ୍କ ନୃତ୍ୟ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସ ରାଷ୍ଟ୍ରଦୂତ ପି. କୁମାର ଯୋଗଦେଇ ସଂସ୍ଥାର ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

Spread the love