turmeric and ginger

ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍‍ ଭଲ ଚାହିଦା ରହିଛି। ତେବେ ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ। ତେବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ। ଏଥିପାଇଁ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ କରିବ। ଓଡ଼ିଶାରେ ଏହାର ପରୀକ୍ଷାମୂଳକ ଉପଯୋଗ ଆରମ୍ଭ ହେବ।

ଏହା ପୂର୍ବରୁ ଚଳିତ ମାସ ୨୯ ତାରିଖରେ ଏଏମ୍‍ଡି ପ୍ରକଳ୍ପ ପରାମର୍ଶଦାତା ରାଘବେନ୍ଦ୍ର ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ସିଂ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ ସେ ଚାଷୀଙ୍କ ସହିତ ନାବାର୍ଡ, ଉଦ୍ୟାନ କୃଷି, ଗବେଷକ, ବ୍ୟବସାୟୀ, ବେସରକାରୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଶେଷ ଦୁଇ ଦିନ ଶ୍ରୀ ସିଂ କଟକ ଓ ଭୁବନେଶ୍ୱରରେ ଥିବା ହୋଲ୍‍ସେଲର୍‍, ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ଯୋଜନାରେ ମୁଖ୍ୟତଃ ହଳଦୀ ଓ ଅଦାକୁ ବିଦେଶରେ ପହଞ୍ଚାଇବା ପାଇଁ ଭ୍ୟାଲୁ ଚେନ୍‍ ସୃଷ୍ଟି କରାଯିବ।

Spread the love