Sudarsan Pattnaik creates FIFA World Cup trophy’s sand art

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ବକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି । ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି । ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି । ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍‌ ଲକ୍‌’ ଲେଖି ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ବର ଜଣାଶୁଣା ବାଲୁକା ଶିଳ୍ପୀ ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ବାଲୁକା କଳାରେ କିଛି ନୂଆ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି । ୮ ଫୁଟ୍‌ର ବାଲୁକା ଟ୍ରଫି ପ୍ରସ୍ତୁତି ପାଇଁ ସେ ୫ ଟନ୍‌ ବାଲି ବ୍ୟବହାର କରିଛନ୍ତି। ଟ୍ରଫି ସହ ଏକ ଫୁଟ୍‌ବଲ ପ୍ରସ୍ତୁତ କରିଛନ୍ତି ।

Spread the love