ଫେରୁଛି ଓଡ଼ିଆ ସିନେମାରେ ପୁରୁଣା ଦିନ

28 ଏପ୍ରିଲ 1936ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ । ଏହାରି ମଧ୍ୟରେ 86 ବର୍ଷର ଯାତ୍ରାରେ ଓଡ଼ିଆ ଫିଲ୍ମ ଦେଖିଛି ତାର ଉତ୍ଥାନ ଓ ପତନ । ସମୟ ଥିଲା ଦୂରଦର୍ଶନରେ ପ୍ରସାରିତ ଫିଲ୍ମକୁ ଦେଖିବା ପାଇଁ ପ୍ରତି ରବିବାରର ଚାରି ଟା ସମୟକୁ ଚାତକ ଭଳି ଅପେକ୍ଷା କରି ବସୁଥିଲେ ସମସ୍ତେ । ଗ୍ରାମାଞ୍ଚଳର ମୁଖିଆମାନଙ୍କ କଳା ଧଳା ଟିଭି ଆଗର ଭିଡ଼ ହେଉ କି ପର୍ବପର୍ବାଣୀରେ ମୁକ୍ତିଲାଭ କରିଥିବା ସୁପରଷ୍ଟାରମାନଙ୍କ ଫିଲ୍ମ ଦେଖିବାକୁ ସିନେମା ହଲ୍ ଆଗରେ ଲମ୍ବା ଲାଇନ୍ । କାରଣ ସେତେବେଳର ପ୍ରତିଟି ବାସ୍ତବ ଓଡ଼ିଆ ଚଳଚ୍ଚିତ୍ରରେ ଲୋକେ ଦେଖୁଥିଲେ ଖାଣ୍ଟି ପାରିବାରିକ ତଥା ମୌଳିକ କାହାଣୀ । ତା’ ପରେ ଧିରେ ଧିରେ ଓଡ଼ିଆ ସିନେମାକୁ ନେଇ ଓଡ଼ିଆ ଲୋକଙ୍କ ମନରେ ଥିବା ଆକର୍ଷଣ ଓ ଭଲପାଇବା ଆଉ ରହିଲା ନାହିଁ ।

୯୦ ଦଶକ ପରେ ଓଡ଼ିଆ ଫିଲ୍ମ ତାର କ୍ରେଜ ହରାଇଥିବାର ରହିଛି ବିଭିନ୍ନ କାରଣ । ଦର୍ଶକଙ୍କ ରୁଚିରେ ପରିବର୍ତ୍ତନ ଆସିଥିଲେ ବି ଚଳଚ୍ଚିତ୍ର ନିର୍ମାତାଙ୍କ କପି ପେଷ୍ଟ ଆଭିମୁଖ୍ୟ ଓଡ଼ିଆ ସିନେମାକୁ ନିମ୍ନଗାମୀ କରିଛି । ବିଶେଷ କରି ଇଣ୍ଟରନେଟ ଏବଂ ସ୍ମାର୍ଟଫୋନର ବହୁଳ ବ୍ୟବହାର ଦକ୍ଷିଣ ଭାରତୀୟ ଫିଲ୍ମର ଗ୍ରାଫିକ୍ସ, କଣ୍ଟେଣ୍ଟ ସହ ଦକ୍ଷିଣ ଭାରତୀୟ ଫିଲ୍ମର ଓଡ଼ିଆକରଣ ମୁଖ୍ୟ କାରଣ ହୋଇଥିବା କୁହାଯାଉଛି ।

ହେଲେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ପାଇଁ 2022 ବର୍ଷ ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ରରୁ ମୁହଁ ଫେରାଉଥିବା ଦର୍ଶକଙ୍କୁ ପୁଣି ଥରେ ପ୍ରେକ୍ଷାଳୟ ମୁହାଁ ହେବାକୁ ବାଧ୍ୟ କରିଥିଲା ଚଳିତ ବର୍ଷ ମୁକ୍ତିଲାଭ କରିଥିବା କିଛି ଫିଲ୍ମ ଯେପରି ପ୍ରତୀକ୍ଷା, ଦମନ ଓ ଏଡିୟୁ ଗୋଦାର । କାରଣ ଏସମସ୍ତ ଫିଲ୍ମ ଓଡ଼ିଆ ସିନେ ପ୍ରେମୀ ଫେରି ପାଇଥିଲେ ସେହି ପୁରୁଣା ସ୍ବାଦ, ଯେଉଁଥିରେ ଏକ ଓଡ଼ିଆ ଘରର ଚାଲି ଚଳଣୀ ତଥା କାହାଣୀ । ବର୍ଷର ଶେଷ ଆଡ଼କୁ ଯଥା ସେପ୍ଟମ୍ବେର, ନଭେମ୍ବର ଓ ଡିସେମ୍ବରରେ ମୁକ୍ତିଲାଭ କରିଥିଲା ଏସବୁ । ଆଉ ଏସମସ୍ତ ଫିଲ୍ମ ଥିଲା ଅତି ଉଚ୍ଚକୋଟୀର, ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଏଡିୟୁ ଗୋଦାର

ଜାତୀୟ ପୁରସ୍କାରପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଚର ଫିଲ୍ମ ‘ଏଡିୟୁ ଗୋଦାର’ ସାରା ବିଶ୍ବ ଭ୍ରମଣ କରିସାରିବା ପରେ ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ଦୁଇ ତାରିଖରେ ମୁକ୍ତିଲାଭ କରିଥିଲା । କହିବାକୁ ଗଲେ ଏଇଠୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ଭଲ ଦିନ । ତର୍କ ବିତର୍କ, ଆଲୋଚନା ଓ ସମାଲୋଚନାକୁ ବ୍ରେକ୍ ଦେଲା ଏହି ଫିଲ୍ମ । ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ ହେବା ସହ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିବାକୁ ବାଧ୍ୟ କରିଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଜୋର ଧରିଥିଲା ଆଲୋଚନା ଓ ଦର୍ଶକୀୟ ସ୍ବୀକୃତି ମଧ୍ୟ ଲାଭ କଲା । କେବଳ ପ୍ରିମିୟରରେ ନ ଅଟକି ମାସେ ପରେ ବି ହାଉସ ଫୁଲ୍ ରହିଥିଲା ସମସ୍ତ ହଲ୍ । ଇଣ୍ଡୋଫ୍ରେଞ୍ଚ ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଚୌଧୁରୀ ବିକାଶ ଦାସ, ଦୀପନ୍ବିତ ଦାଶମହାପାତ୍ର, ସ୍ବସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ ଅଭିନୟ କରିଥିଲେ ।

ଦମନ

‘ଏଡିୟୁ ଗୋଦାର’ର ଚର୍ଚ୍ଚା ଥମି ନଥିବା ବେଳେ ଓଡ଼ିଆ ସିନେମାର ଭାଗ୍ୟ ବଦଳାଇବାକୁ ତଥା ଇତିହାସ ରଚିବାକୁ 4 ନଭେମ୍ବରରେ ମୁକ୍ତିଲାଭ କଲା ‘ଦମନ’ । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତି ଏହି ଫିଲ୍ମର କାହାଣୀ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ । ବହୁ ସମୟ ପୂର୍ବରୁ ଟ୍ରେଲର ରିଲିଜ୍ ହୋଇଥିଲେ ମଧ୍ୟ ରିଲିଜ୍ ପାଇଁ ମିଳୁନଥିଲା ସିନେମା ହଲ୍ । ହେଲେ ଯେତେବେଳେ ମୁକ୍ତିଲାଭ କରିଥିଲା ଓଡ଼ିଶାର ସମସ୍ତ ପ୍ରେକ୍ଷାଳୟରେ, ଏହା ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଥିଲା । ଫିଲ୍ମର କାହାଣୀ ଏବଂ କଳାକାରଙ୍କ ଅଭିନୟ ସମସ୍ତଙ୍କୁ ଟାଣିଥିଲା ହଲକୁ । ଏପରିକି ଓଡ଼ିଆ ଫିଲ୍ମକୁ ସମାଲୋଚନା କରୁଥିବା ବ୍ୟକ୍ତିବିଶେଷଙ୍କ ମୁହଁ ବନ୍ଦ କରିଦେଇଥିଲା । ସବୁଠୁ ଖାସ୍ କଥା ହେଲା, ଆଇଏମଡିବି ରେଟିଂରେ ଅଧିକ ରିଭିୟୁ ସାଉଁଟି କେବଳ ରାଜ୍ୟ ନୁହେଁ ହିନ୍ଦୀ ଦର୍ଶକଙ୍କର ଧ୍ୟାନ ଆକର୍ଷଣ କରିବାରେ ଲାଗିଲା ଫିଲ୍ମ । ତେବେ ରାଜ୍ୟରେ ଟ୍ୟାକ୍ସି ଫ୍ରି ହେବାର ଏହା ହେଉଛି ଦ୍ବିତୀୟ ଫିଲ୍ମ । ଏହାପୂର୍ବରୁ 1974 ମସିହାରେ ଆସିଥିବା ଫିଲ୍ମ ‘ସଂସାର’ ଟ୍ୟାକ୍ସ ଫ୍ରି ହୋଇଥିଲା । କେବଳ ସେତିକି ନୁହେଁ ଏହା ବିଷୟରେ ଆଲୋଚନା ଜାତୀୟ ସ୍ତରରେ ହେଲା, ଏପରିକି ବର୍ତ୍ତମାନ ଏହାକୁ ହିନ୍ଦୀ ଡବିଂ କରାଯାଇ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାର ଯୋଜନା ଚାଲିଛି ।

ପ୍ରତୀକ୍ଷା

ସେପ୍ଟେମ୍ବରରୁ ଧିରେ ଧିରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଥିବା ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରାଇବାରେ ଆହୁରି ବାଟ ଦେଖାଇଲା ଫିଲ୍ମ ‘ପ୍ରତୀକ୍ଷା’। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ 2 ଡିସେମ୍ବରରେ ସାରା ରାଜ୍ୟରେ ମୁକ୍ତିଲାଭ କଲା । ଯେଉଁ ହଲ୍ ମାଲିକମାନେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ କରିବାକୁ କୁଣ୍ଠାବୋଧ କରୁଥିଲେ, ସେମାନେ ଆଗେଇ ଆସି ‘ପ୍ରତୀକ୍ଷା’କୁ ରିଲିଜ୍ କଲେ । ବାପା-ପୁଅର ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମଟି ରାଜ୍ୟରେ ମୁକ୍ତିଲାଭ କରିବା ପୂର୍ବରୁ ଏହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ ହୋଇସାରିଥିଲା । ଫିଲ୍ମକୁ ଦେଖି ସାରିବା ପରେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର୍ ଏହାର ହିନ୍ଦୀ ରିମେକ୍ କରିବେ ବୋଲି ଘୋଷଣା କଲେ ଏବଂ ଫିଲ୍ମରେ ସେ ସ୍ବୟଂ ବାପା ଭୂମିକାରେ ଅଭିନୟ କରିବେ ବୋଲି କହିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହେଲା । ତେବେ ଫିଲ୍ମ ଫେଷ୍ଟିଭାଲରେ ଅନୁପମ ଖେରଙ୍କ ଏହି ଉକ୍ତି ଓଡ଼ିଆ ସିନେମା ପାଇଁ ଥିଲା ଏକ ପ୍ରକାରର ଗୋଲ୍ଡେନ୍ ଦିନ।

ଦୀର୍ଘ ବର୍ଷ ପରେ ପୁଣି ଥରେ ହଲ୍ ମୁହାଁ ହୋଇଛନ୍ତି ଓଡ଼ିଆ ସିନେପ୍ରେମୀ । ‘ଏଡିୟୁ ଗୋଦାର’ ଭାବିବା ପାଇଁ ବାଧ୍ୟ କରିଥିବା ବେଳେ ‘ଦମନ’ ପ୍ରକୃତ ଛବି ଦେଖାଇଲା ଏବଂ ‘ପ୍ରତୀକ୍ଷା’ ଓଡ଼ିଆ ମଧ୍ୟବିତ୍ତ ଘରର ମୌଳିକ କାହାଣୀ ତଥା ସମ୍ପର୍କକୁ ପରଦାରେ ପରିପ୍ରକାଶ କଲା । ତେବେ ଏହି ତିନୋଟି ଫିଲ୍ମ ଭିନ୍ନ କାହାଣୀ ଉପରେ ପରିବେଷ୍ଟିତ ହୋଇଥିଲେ ମଧ୍ୟ ସବୁ ବର୍ଗର ଦର୍ଶକଙ୍କୁ ବେଶ ମନ ଛୁଇଁଛି । ଆଉ ଦୀର୍ଘ ବର୍ଷ ଧରି ଯେଉଁ ସମାଲୋଚନାକୁ ଧରି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ଚାଲିଥିଲା, ସେଥିରେ ଲାଗିଛି ବିରାମ । ଆମେ ବି ଆଶା କରୁଛୁ ଆଗାମୀ ବର୍ଷ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଆଣିବ ପରିବର୍ତ୍ତନର ସ୍ବର ଏବଂ ସାଉଁଟିବ ପ୍ରଶଂସା । ଏହିପରି ତଥ୍ୟ ଭିତ୍ତିକ କିମ୍ବା ଓଡ଼ିଶା ସହ ଜଡ଼ିତ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।

Spread the love