ପ୍ରାଚୀନ ଓଡ଼ିଶା ନୌବାଣିଜ୍ୟର ମୂକସାକ୍ଷୀ

ସମୁଦ୍ର ଓ ସାମୁଦ୍ରିକ ବାଣିଜ୍ୟ ସହିତ ଓଡ଼ିଆ ଜାତିର ସମ୍ପର୍କ ଅତି ନିବିଡ଼ ଓ ଘନିଷ୍ଠ । କାରଣ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓ ନୌଯାତ୍ରାର ଜୀବନ୍ତ ମୂକସାକ୍ଷୀ ହେଉଛି ମିଲେନିୟମ ସିଟି କୁହାଯାଉଥିବା କଟକର ପ୍ରସିଦ୍ଧ ବାଲିଯାତ୍ରା ଓ ବୋଇତା ବନ୍ଦାଣ ଉତ୍ସବ । ତେବେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ବିସ୍ତାର କରୁଥିବା ସେହି ଐତିହାସିକ ନୌବାଣିଜ୍ୟ ଆଉ ନାହିଁ, କିନ୍ତୁ ଏହାକୁ ବଞ୍ଚାଇ ରଖିଛି କଟକ ସ୍ଥିତ “ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ” ।

କାରଖାନାରୁ ସଂଗ୍ରହାଳୟ

ମହାନଦୀର ଦକ୍ଷିଣ କୂଳରେ କଟକର ଯୋବ୍ରାରେ ପ୍ରତିଷ୍ଠା ହୋଇଥିବା “ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ” ଓଡ଼ିଆ ଜାତିର ପୂର୍ବ ନୌବାଣିଜ୍ୟ ଐତିହ୍ୟକୁ ସ୍ଥାନିତ କରିଛି । ତେବେ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟର ଇତିହାସ ସମ୍ପର୍କରେ ପୂର୍ଣ୍ଣ ଅବତାରଣା କରୁଥିବା ଏହି ସଂଗ୍ରହାଳୟ ପ୍ରଥମେ ଯୋବ୍ରା ମରାମତି କାରଖାନା ଭାବେ ପ୍ରତିଷ୍ଠା ହୋଇଥିଲା । ଭୟାନକ ନଅଙ୍କ ଦୁର୍ଭିକ୍ଷ ପରେ 1869 ମସିହାରେ ଇଂରେଜ ଶାସକ ଯୋବ୍ରା ମରାମତି କାରଖାନା ସ୍ଥାପନା କରିଥିଲେ । ଏଠାରେ ବିଶେଷ କରି ନୌକା, ଅନ୍ୟାନ୍ୟ ଜଳଯାନ ଯନ୍ତ୍ରାଂଶ ଓ କେନାଲ ଖନନ ତିଆରିରେ ବ୍ୟବହୃତ ଯନ୍ତ୍ରପାତି ତିଆରି ହେଉଥିଲା । ଏପରିକି ଛୋଟ ଡଙ୍ଗା ଠାରୁ ଆରମ୍ଭ କରି ବଡ଼ ବଡ଼ ବୋଟର ବିଭିନ୍ନ ଉପକରଣମାନ ଏହି ମରାମତି କାରଖାନାରେ ଉତ୍ପାଦନ ହେଉଥିଲା । ଏହା ପ୍ରାୟ 1975 ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ଚାଲିଥିଲା । ହେଲେ ଧୀରେଧୀରେ ଏହା ଅବହେଳିତ ଓ ପରିତ୍ୟକ୍ତ ହୋଇ ପଡ଼ିରହିଲା । ଦୀର୍ଘ ବର୍ଷ ପରେ 2008 ମସିହାରେ ନୌବାଣିଜ୍ୟର ସ୍ବର୍ଣ୍ଣିମ ଇତିହାସକୁ ଜନତାଙ୍କ ଲୋକଲୋଚନକୁ ଆଣିବା ପାଇଁ ଏହି କାରଖାନାକୁ ଏକ ନୌବାଣିଜ୍ୟ ସଂଗ୍ରହାଳୟର ରୂପ ଦେବାକୁ ନିଷ୍ପତ୍ତି ନିଆଗଲା । ଫଳସ୍ବରୂପ ଏହି ଐତିହାସିକ ଯୋବ୍ରା ମରାମତି କାରଖାନା 2013 ମସିହା ଏପ୍ରିଲ ପହିଲାରେ ନୌବାଣିଜ୍ୟ ସଂଗ୍ରହାଳୟର ରୂପରେଖ ନେଇ ସର୍ବସାଧାରଣ ପାଇଁ ଖୋଲାଗଲା ।

କ’ଣ କ’ଣ ଦେଖିବାକୁ ପାଇବେ

ପ୍ରାଚୀନ ଓଡ଼ିଶାର କଳାକୃତି, ଶିଳାଲିପି, ଅଭିଲେଖ ଓ ଭ୍ରମଣ ଦୃଷ୍ଟାନ୍ତ ଯେପରି ନୌବାଣିଜ୍ୟ ଓ ନୌଯାତ୍ରାର ଇତିହାସକୁ ବର୍ଣ୍ଣନା କରୁଛି ସେହିପରି ଏହି ସଂଗ୍ରହାଳୟ ଉତ୍କଳୀୟ ନୌବାଣିଜ୍ୟର ସ୍ମତିକୁ ସାଇତି ରଖିଛି । ଏଠାରେ ଦେଖିବା ପାଇଁ 11ଟି ଗ୍ୟାଲେରୀ, ୱାର୍କସପ୍, ଆକ୍ବାରିୟମ, ମିରର୍ ମେଜ୍, ଜେଟି, ଅସ୍ଥାୟୀ ପ୍ରଦର୍ଶନୀ ଗ୍ୟାଲେରୀ ରହିଛି । ଏହାସହ ଆମ୍ପି ଥିଏଟର, ଲାଇବ୍ରେରୀ, ଶିଶୁଙ୍କ ପାଇଁ କ୍ରୀଡ଼ା ଘର ଏବଂ ଖାଇବାପିଇବା ନିମନ୍ତେ କାଫିଟେରିଆର ବ୍ୟବସ୍ଥା କରାଯାଇଛି । ପ୍ରତିଟି ଗ୍ୟାଲେରୀରେ ପାଇବେ ନୌଯାତ୍ରା ସମ୍ପର୍କିତ ତଥ୍ୟ । କଳିଙ୍ଗଠାରୁ ଆରମ୍ଭ କରି ସ୍ବାଧୀନତା ପୂର୍ବର ବିଭିନ୍ନ ନୌବାଣିଜ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ତଥ୍ୟ, ପ୍ରମାଣ ଓ ଫଟୋଚିତ୍ର ଦେଖିବାକୁ ପାଇବେ । ଏହାସହ ବିଭିନ୍ନ ପ୍ରକାର ଡଙ୍ଗା, ସେସମୟରେ ପ୍ରଚଳିତ ମୁଦ୍ରା, ଜାଭା ଓ ସୁମାତ୍ରା ଦ୍ବୀପ ସହ ନୌବାଣିଜ୍ୟ ସଂପର୍କିତ ତଥ୍ୟ ଏବଂ ଯୋବ୍ରା ୱାର୍କସପରୁ ମିଳିଥିବା କେତେକ ସାମଗ୍ରୀ, ଅଂଶବିଶେଷ ଓ ମେସିନ୍ ସରଞ୍ଜାମକୁ ଅତି ଚମତ୍କାର ଭାବେ ବିଭିନ୍ନ ଗ୍ୟାଲେରୀରେ ପ୍ରଦର୍ଶିତ କରାଯାଇଛି । କେବଳ ସେତିକି ନୁହେଁ ପୂଜା ପର୍ବାଣୀର ଗ୍ୟାଲେରୀ ଆପଣଙ୍କ ମନକୁ ବେଶ ଛୁଇଁବ । କାରଣ ଏଠାରେ ଡଙ୍ଗା ନିର୍ମାଣ ଆରମ୍ଭ ପୂର୍ବର ପୂଜାବିଧି, ନୀତିନିୟମଠାରୁ ଆରମ୍ଭ କରି ଓଡ଼ିଶାର ନୌବାଣିଜ୍ୟକୁ ଉଜ୍ଜୀବିତ ରଖିଥିବା ଖୁଦୁରୁକୁଣୀ ଓଷା, କାର୍ତ୍ତିକ ପୂର୍ଣ୍ଣିମାକୁ ଅତି ସୁନ୍ଦର ଭାବେ ପ୍ରତିକାତ୍ମକ ରୂପେ ପରିପ୍ରକାଶ କରାଯାଇଛି ।

ଆକର୍ଷଣର କେନ୍ଦ୍ର ଆକ୍ବାରିୟମ

ମ୍ୟୁଜିୟମ ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ଖୋଲାଯାଇଛି ସ୍ବତନ୍ତ୍ର ଇଣ୍ଡୋନେସିଆ ଗ୍ୟାଲେରୀ । ଏହା ଖାସ୍ କରି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସମ୍ପର୍କକୁ ଉପସ୍ଥାପନା କରୁଛି, ଯାହା ଦେଖିବାକୁ ମଧ୍ୟ ଅତି ସୁନ୍ଦର ଓ ଆକର୍ଷଣୀୟ। କେବଳ ସେତିକି ନୁହେଁ ସଂଗ୍ରହାଳୟ ପରିସରରେ ଥିବା ସୁନ୍ଦର ସବୁଜ ପରିବେଶ ଭିତରେ ଜେଟିର ଦୃଶ୍ୟ ନୌକା ନିର୍ମାଣ ଦେଉଛି ଜୀବନ୍ତ ଉଦାହରଣ । ଏହାଛଡ଼ା ଆକ୍ବାରିୟମରେ ପ୍ରାୟ 18ରୁ ଅଧିକ ବିରଳ ପ୍ରଜାତିର ସମୁଦ୍ର ମାଛ ରଖାଯାଇଛି, ଯାହା ପର୍ଯ୍ୟଟକକୁ ବେଶ ପସନ୍ଦ ଆସୁଛି । ସେହିପରି ମିରର୍ ମେଜର ଭୁଲଭୁଲେୟା ଭିତରେ ସାଧାରଣ ଲୋକଟି ବାହାରିବାକୁ ଚେଷ୍ଟା କରୁଛି । ଏହା ବି ସାଧାରଣ ଜନତାଙ୍କ ମଧ୍ୟରେ ଏକ କୌତୁହଳ ସୃଷ୍ଟି କରୁଛି । ଏହାସହ 250 ଜଣ ଦର୍ଶକ ବସିବା ଭଳି ଆମ୍ପି ଥିଏଟରର ବ୍ୟବସ୍ଥା ରହିଛି ।

ଇତିହାସରେ ବର୍ଣ୍ଣିତ ପ୍ରତିଟି ନୌଯାତ୍ରାକୁ ଅତି ସ୍ପଷ୍ଟ ଓ ନିଖୁଣ ଭାବେ ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀରେ ପ୍ରଦର୍ଶିତ କରାଯାଇଛି, ଯାହାକୁ କୁନି ପିଲାଟି ବି ଦେଖିଲେ ଧାରଣା ପାଇଯିବ ଡଙ୍ଗା ଓ ତା ସହ ଜଡ଼ିତ ସବିଶେଷ ବିବରଣୀର । ସବୁଠୁ ବଡ଼ କଥା ନୌବାଣିଜ୍ୟ ସମ୍ପର୍କରେ ଅଧିକ ଜିଜ୍ଞାସା ହାସଲ କରିବାକୁ ଚାହୁଁଥିଲେ ଏହି ସଂଗ୍ରହାଳୟ ଗବେଷକଙ୍କୁ ଅଧିକ ସହାୟତା ଓ ସହଯୋଗ କରୁଛି ।

Spread the love