For first time 'India Travel and Tourism Exhibition' start from tomorrow

ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ହୋଟେଲ ସଂଘ ସହଯୋଗରେ କୋଲକାତାର ଫେୟାର ଭିୟୁ ମିଡିଆ ପକ୍ଷରୁ ଆସନ୍ତା ୧୮ ତାରିଖ ଅପରାହ୍‌ଣରେ ଗୋଲ୍‌ଡେନ ବିଚ୍‌ ପରିସରରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ଦୁଇଦିନିଆ ‘ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନ’। ପ୍ରଦର୍ଶନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସମେତ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଗୋଆ, ଝାଡ଼ଖଣ୍ଡ ବିଭାଗ, ଗୁଜରାଟ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ବିହାର ଓ ଛତିଶଗଡ଼ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଟୁର୍‌ ପ୍ୟାକେଜ୍‌’ ଓ ସେହି ସବୁ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ବୁଲିବା ନେଇ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରିବେ। ଏହାବ୍ୟତୀତ ନେପାଳର ଭୂଟାନରୁ ମଧ୍ୟ ୨ଟି ଟ୍ରାଭେଲ୍‌ ‌ଏଜେଣ୍ଟ୍‌ ଟିମ୍‌ ଓ ହୋଟେଲ ଅଂଶଗ୍ରହଣ କରିବେ। ଏଥିରେ ପ୍ରାୟ ୧୦୦ରୁ ଅଧିକ ଟ୍ରାଭେଲ୍‌ ଏଜେଣ୍ଟ୍‌ ଓ ହୋଟେଲ ସାମିଲ ହେବେ। ଏହାଦ୍ବାରା ଓଡ଼ିଶାରୁ ପର୍ଯ୍ୟଟକ ବାହାର ରାଜ୍ୟକୁ ଯାଇପାରିବେ ଓ ବାହାର ରାଜ୍ୟରୁ ଓଡ଼ିଶାକୁ କିଭଳି ପର୍ଯ୍ୟଟକ ଆସ‌ିବେ ସେ ସଂକ୍ରାନ୍ତରେ ଯୋଗସୂତ୍ର ପାଇଁ ଆଲୋଚନା ହେବ।

Spread the love