Rath Yatra to vie for UNESCO ‘Intangible Heritage’ tag

ୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା । ୨୦୨୩ ମସିହାର ସାଂସ୍କୃତିକ ଐତିହ୍ୟ(ଇନ୍‌ଟାଞ୍ଜିବଲ୍‌ ହେରିଟେଜ୍‌) ତାଲିକାରେ ସ୍ଥାନ ପାଇବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ ରା। ଏହି ମାନ୍ୟତା ପାଇଁ ୟୁନେସ୍କୋର ଆବଶ୍ୟକ ନିର୍ଦ୍ଦେଶାବଳୀ ଅବଲମ୍ବନ ପୂର୍ବକ ରାଜ୍ୟ ସରକାର ଖୁବଶୀଘ୍ର ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ବି ସ୍ବତନ୍ତ୍ର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୭ଜଣଙ୍କ ତାଲିକା ପ୍ରଦାନ କରିଥିବା ଜଣାପଡ଼ିଛି । ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ଦୁଇଜଣ ମଠାଧୀଶ ରହିଛନ୍ତି । ମିଳିଥିବା ସୂଚନା ମୁତାବକ, ଦିଆଯାଇଥିବା ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ଓ ମଣ୍ଟୁ ସିଂହାରୀଙ୍କ ନାଁ ରହିଛି। ସେହିଭଳି ମଠ ପ୍ରତିନିଧି ଭାବେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ ଓ ଝାଞ୍ଜପିଟା ମଠ ମହନ୍ତ ସଚିଦାନନ୍ଦ ଦାସମହାରାଜଙ୍କ ନାଁ ରହିଥିବା ଜଣାପଡ଼ିଛି ।

Spread the love