Puri beach is again recognized as a blue flag beach

ପୁରୀ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ-ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି । ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍ଡେନ ବିଚ୍ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି । ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି । ଡେନ୍ମାର୍କ ଫାଉଣ୍ଡେସନ୍ ଫର ଏନ୍ଭାର୍ଣ୍ଣମେଣ୍ଟାଲ ଏଜୁକେସନ ପକ୍ଷରୁ ପୁନର୍ବାର ସ୍ବର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଏଥିସହ ଆଗାମୀ ଦିନରେ ଏହା ମଧ୍ୟରେ ପରିବେଶ ଅନୁକୂଳ ଜଳକ୍ରୀଡ଼ା ଉପଲବ୍ଧ ହେବାକୁ ଯାଉଛି । ପୁରୀ ବେଳାଭୂମିରେ ସମୁଦ୍ର ଜଳ ସ୍ନାନ ଉପଯୋଗୀ କି ନୁହେଁ, ଏହାର ବାରମ୍ବାର ସର୍ବେକ୍ଷଣ କରାଯାଉଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନ୍ୟାସନାଲ୍ କୋଷ୍ଟାଲ୍ ଜୋନ ମ୍ୟାନେଜମେଣ୍ଟ ପ୍ରକଳ୍ପ ଅଧୀନରେ ଆନ୍ନା ବିଶ୍ବବିଦ୍ୟାଳୟ ପକ୍ଷରୁ ସମୁଦ୍ର ଜଳ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏହାମଧ୍ୟରେ ଥିବା ଦୁଇଟି ବ୍ୟାକ୍ଟେରିଆ ପରିମାଣ ଅନୁଧ୍ୟାନ କରାଯାଇଥିଲା । ଇ-କୋଲାଇ ଓ ଇଣ୍ଟର କୋସାଇର ପରିମାଣକୁ ଅନୁଧ୍ୟାନ ପରେ ଏଠାରେ ସମୁଦ୍ର ସ୍ନାନ ଅନୁକୂଳ ବୋଲି ରିପୋର୍ଟ ଦିଆଯାଇଛି । ତେବେ ୨୦୨୦ ମସିହାରେ ପ୍ରଥମଥର ପାଇଁ ଗୋଲ୍ଡେନ ବିଚ୍କୁ ବ୍ଲୁ-ଫ୍ଲାଗ୍ ମାନ୍ୟତା ପ୍ରଦାନ କରାଯାଇଥିଲା ।

Spread the love