blog

ଓଡ଼ିଆମାନେ ବିଶେଷକରି ହେଉଛନ୍ତି ଅଧିକ ଖାଦ୍ୟପ୍ରେମୀ । ଭଳିକି ଭଳି ରୋଷେଇ କରି ପରିବାର ଲୋକଙ୍କୁ ପରଷିବା ପାଇଁ ଓଡ଼ିଆଣୀଟିଏ ବେଶ୍ ପସନ୍ଦ କରନ୍ତି । ଓଡ଼ିଶାରେ ଏମିତି ଅନେକ ପାରମ୍ପରିକ ଖାଦ୍ୟ ରହିଛି, ଯାହା ବର୍ଷ ବର୍ଷ ଧରି ଓଡ଼ିଆଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଇଛି । ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ପାଇଁ ଓଡ଼ିଆ ଖାଦ୍ୟ ଦେଶ ବିଦେଶରେ ବେଶ୍ ପରିଚିତ ।

ପାରମ୍ପରିକ ଓଡ଼ିଆ ରାନ୍ଧଣା-ଚିଙ୍ଗୁଡ଼ି ମହୁର

ଶାକାହାରୀ ହୁଅନ୍ତୁ ବା ମାଂସାହାରୀ, ସଭିଙ୍କୁ ପସନ୍ଦ ଚିଙ୍କୁଡ଼ି ମହୂର । କେହି କେହି ପୋଇ ସହିତ ବି ଚିଙ୍ଗୁଡ଼ି ମହୂର ରାନ୍ଧିଥାନ୍ତି । ବିଭିନ୍ନ ପ୍ରକାର ପନିପରିବା, ମସଲା ଓ ଚିଙ୍ଗୁଡ଼ି ପକାଇ ପ୍ରସ୍ତୁତ ହେଉଥିବା ଏହି ମହୁର ପାଟିକୁ ଯେତିକି ସୁଆଦିଆ, ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର । କାରଣ ସବୁପ୍ରକାର ପନିପରିବା ମିଶାଇ ପ୍ରସ୍ତୁତ ହେଉଥିବାରୁ ଏହା ପୃଷ୍ଟିସାରରେ ଭରପୂର ରହିଛି ।

ଭାରି ସୁଆଦିଆ-ଚୁନାମାଛ ପତ୍ରପୋଡ଼ା

ପତ୍ର ପୋଡ଼ା ମାଛ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ । ପଖାଳ ହେଉ ବା ଗରମ ସବୁଥିରେ ଏହା ଖାଇବାକୁ ଭଲ ଲାଗେ । ଚୁନା ମାଛରେ ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ ରସ, ବଟା ସୋରିଷ, ଦହି, ସୋରିଷ ତେଲ, ବଟା ରସୁଣ ପକାଇ କଖାରୁ ପତ୍ର ଓ ପୋଇ ପତ୍ରରେ ବାନ୍ଧି ଚୁଲିରେ ପୋଡ଼ାଯାଏ । କମ୍ ତେଲ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର ।

ଘରେ ଘରେ ପରିଚିତ-ମୁଢ଼ି ଘାଣ୍ଟ

ରୋହି କିମ୍ବା ଭାକୁର ମାଛର ମୁଣ୍ଡ ବ୍ୟବହାର କରି ମୁଢ଼ି ଘାଣ୍ଟ ରନ୍ଧାଯାଏ । ବୁଟ ଡାଲି, ମସୁର ଡାଲି, ପିଆଜ, ଆଳୁ, କଖାରୁ, ଟମାଟୋ, ଅଦା, ରସୁଣ, ସୋରିଷ ତେଲ, ସୋରିଷ, ଜିରା ଓ ଅନ୍ୟାନ୍ୟ ମସଲା ଓ ପନିପରିବାରେ ମାଛ ମୁଣ୍ଡ ଓ ମାଛ ପକାଇ ଏହି ପାରମ୍ପରିକ ତରକାରୀ ପ୍ରସ୍ତୁତ କରାଯାଏ ।

ମାଟି ହାଣ୍ଡି ମାଂସ

ମାଟି ପାତ୍ରରେ ରନ୍ଧାଯାଉଥିବା ଖାଦ୍ୟର ସ୍ୱାଦ ଓ ବାସ୍ନା ଅଲଗା ପ୍ରକାରର । ତେଣୁ ଏବେ ବି ଲୋକେ ମାଟି ହାଣ୍ଡିରେ ମଟନ୍ ରାନ୍ଧୁଥିବା ଦେଖିବାକୁ ମିଳୁଛି । ମାଟି ହାଣ୍ଡିରେ ଦୀର୍ଘ ସମୟ ଯାଏ ମଟନ ସିଝାଯିବା ଫଳରେ ଏହାର ସ୍ୱାଦ ଅନେକ ଗୁଣା ବଢ଼ିଯାଏ । ମଟନ୍‌, ଆଳୁ ଓ ବିଭିନ୍ନ ପ୍ରକାରର ମସଲା ପକାଇ କଷା ଯାଇ ଏହି ସୁଆଦିଆ ରାନ୍ଧଣା ରନ୍ଧାଯାଏ । ଓଡ଼ିଶାର ଲୋକେ ଏହି ରେସିପି ଅଧିକ ପସନ୍ଦ କରନ୍ତି ।

ଦେହକୁ ହିତ-କାଞ୍ଜି

ଦକ୍ଷିଣ ଓଡ଼ିଶାର ଲୋକଙ୍କ ମଧ୍ୟରେ କାଞ୍ଜି ଏକ ପ୍ରିୟ ଖାଦ୍ୟ । ବାସୀ ତୋରାଣୀ କିମ୍ବା ଦହି, ଭାତ, କଞ୍ଚା ଅମୃତ ଭଣ୍ଡା, କଖାରୁ, ମୂଳା, ଭେଣ୍ଡି, ସଜନା ଛୁଇଁ, ରସୁଣ, ପଞ୍ଚ ଫୁଟଣ, ଭୃସଙ୍ଗ ପତ୍ର, ଶୁଖିଲା ଲଙ୍କା, ଆମ୍ବୁଲ ଆଦି ବ୍ୟବହାର କରି କାଞ୍ଜି ପ୍ରସ୍ତୁତ କରାଯାଏ । ବାସୀ ତୋରାଣୀ ଓ ଦହି ବ୍ୟବହାର କରାଯାଉଥିବାରୁ ଏହାର ସ୍ୱାଦ ହାଲୁକା ଆମ୍ବିଳା ହୋଇଥାଏ ।

ସ୍ୱାଦିଷ୍ଟ-ଓଉ ବେସର

ଓଉ, ବଟା ସୋରିଷ, ବଟା କଞ୍ଚାଲଙ୍କା ଭୃସଙ୍ଗ ପତ୍ର, ଲୁଣ ଓ ହଳଦୀ ପକାଇ ଓଉ ବେସର ରନ୍ଧାଯାଏ । ଏହି ବେସର ଖାଇବାକୁ ବେଶ୍ ସ୍ୱାଦିଷ୍ଟ ହୋଇଥିବାବେଳେ ବିଶେଷ କରି ଅରୁଆ ଭାତ, ଡାଲମା ସହିତ ଓଉ ବେସର ଖାଇବାର ମଜାକୁ ଦୁଇଗୁଣା କରିଦିଏ । ଓଉରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ମେଟାବଲିଜମ ବଢ଼ାଇବା ସହ ଚିନ୍ତା, ଅବସାଦରୁ ମୁକ୍ତି ଓ ଦୃଷ୍ଟି ଶକ୍ତି ବଢ଼ାଇବା ଭଳି କାମ କରେ ।

ବେସର ଦିଆ-ଛତୁ ରାଇ

ଛତୁ ରାଇ ପ୍ରସ୍ତୁତ କରିବା ପାଇଁ ଛତୁ, ଆଳୁ, ପିଆଜ, ରସୁଣ, ଲଙ୍କା, ଲୁଣ, ଜିରାଗୁଣ୍ଡ ଓ ଅନ୍ୟାନ୍ୟ ମସଲା ସହିତ ବଟା ସୋରିଷ ହେଉଛି ମୁଖ୍ୟ ଉପାଦାନ । ପଖାଳ ହେଉ ବା ଗରମ ଭାତ ସବୁଥିରେ ଖାଇବାକୁ ଭଲ ଲାଗେ ଛତୁ ରାଇ । ଛତୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଲୋ-କ୍ୟାଲୋରୀ ରହିଛି ।

ଓଡ଼ିଆଙ୍କ ପ୍ରିୟ-ଖେଚେଡ଼ୀ

ଅରୁଆ ଚାଉଳରେ ବିଭିନ୍ନ ପ୍ରକାରର ଡାଲି ଓ ପନିପରିବା ପକାଇ ଖେଚେଡ଼ୀ ତିଆରି କରାଯାଏ । କେହି କେହି ଏହାକୁ ଚିନି, ନଡ଼ିଆ, ବିଟ୍‌, ଗାଜର ପକାଇ ପ୍ରସ୍ତୁତ କରୁଥିବାବେଳେ ଆଉ କେହି ଏଥିରେ ସବୁ ପ୍ରକାରର ପନିପରିବା ପକାଇ ତିଆରି କରନ୍ତି । ଆପଣ ଯେମିତି ବି ଖେଚେଡୀ କରନ୍ତୁ ନା କାହିିଁକି ସବୁର ସ୍ୱାଦ କିନ୍ତୁ ପୂରା ନିଆରା ।

ପଖାଳର ସାଙ୍ଗ-ଶାଗ ବଡ଼ି ଭଜା

ଶାଗ ସହିତ ବଡ଼ି ଭଜାର ସ୍ୱାଦ ବି କିଛି କମ୍ ନୁହେଁ । କୋଶଳା ଶାଗ, ବଡ଼ି, ସୋରିଷ ତେଲ, ଫୁଟଣ, ଶୁଖିଲା ଲଙ୍କା, ଲୁଣ ଭଳି ସାମଗ୍ରୀ ବ୍ୟବହାର କରି ଏହି ସ୍ୱାଦିଷ୍ଟ ଶାଗ ବଡ଼ି ଭଜା ପସ୍ତୁତ କରାଯାଏ । ଖରାଦିନେ ପଖାଳ ସହିତ ଶାଗ ବଡ଼ି ଭଜାର ଯୋଡ଼ି ବେଶ୍ ଜମିଥାଏ ।

କୁରୁମୁରିଆ-କଖାରୁ ଫୁଲ ଭଜା

ଓଡ଼ିଶାର ପୂର୍ବାଞ୍ଚଳର ଲୋକେ କଖାରୁ ଫୁଲ ଭଜା ଖାଇବାକୁ ଅଧିକ ପସନ୍ଦ କରନ୍ତି । ଚାଉଳ ଗୁଣ୍ଡରେ ଲଙ୍କାଗୁଣ୍ଡ, ଲୁଣ, ଜିରାଗୁଣ୍ଡ ମିଶାଇ କଖାରୁ ଫୁଲ ବୁଡ଼ାଇ ଏହାକୁ ଫ୍ରାଏ କରାଯାଏ । ଏହି କ୍ରିସ୍‌ପୀ କଖାରୁ ଫୁଲ ଭଜା ସବୁ ଓଡ଼ିଆଙ୍କ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ । ଏହାକୁ କେହି କେହି ସନ୍ଧ୍ୟା ସ୍ନାକସ୍ ଭାବେ ଚା’ ସହିତ ବି ଖାଇଥାନ୍ତି ।

ଆପଣମାନେ ବି ଯଦି ଖାଦ୍ୟପ୍ରେମୀ ଓ ଓଡ଼ିଆ ଖାଦ୍ୟକୁ ନେଇ ଯଦି କିଛି ପରୀକ୍ଷାନୀରିକ୍ଷା କରିବାକୁ ପସନ୍ଦ କରନ୍ତି, ତେବେ ଆମ ସହ ଶେୟାର କରନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ବଢ଼ିବାକୁ ଅଧିକ ଉତ୍ସାହିତ କରିବ ।

Spread the love