Tourists will enjoy a luxurious cruise in the water

ପାଣି ଭିତରେ ବିଳାସପୂର୍ଣ୍ଣ ମିଳିବ କ୍ରୁଜ୍‌ ଟୁର୍‌ର ମଜା। ବିଶେଷ କରି ସନ୍ଧ୍ୟା ସମୟରେ ଏହାର ମଜା ନେବେ ପର୍ଯ୍ୟଟକ ଓ ବାଲେଶ୍ବରବାସୀ। ଏହି କ୍ରୁଜ୍‌ରେ ରହିବା, ଖାଇବା ସହିତ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ। ରାତ୍ରିଯାପନର ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି। ପ୍ରଥମ ଥର ପାଇଁ ବାଲେଶ୍ବରରେ ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡାକ୍ତର ଦେବବ୍ରତ ପ୍ରଧାନ। ରବିବାର ଅପରାହ୍‌ଣରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏହି ସୁସଜ୍ଜିତ ବିଳାସପୂର୍ଣ୍ଣ କ୍ରୁଜ୍‌ର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏଣିକି ପ୍ରତିଦିନ ଅପରାହ୍‌ଣ ୪ଟାରେ ବାଲିଘାଟ ଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ନେଇ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ। ଏଥିରେ ଜଣେ ଲୋକ ପାଇଁ ୫ ଶହ ଟଙ୍କା ଭଡ଼ା ରହିଛି। ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଥଣ୍ଡା ପାନୀୟ ସହିତ ଖାଇବାର ସୁବିଧା ମଧ୍ୟ ରହିଛି। ସେହିପରି ୨୪ ଘଣ୍ଟା ରୁମ୍‌ ବୁକିଂ ପାଇଁ ୫ ହଜାର ଟଙ୍କା ଏବଂ ଏଥିରେ ପାର୍ଟିର ଆୟୋଜନ କରିବାକୁ ଚାହିଁଲେ ୩ ଘଣ୍ଟା ପାଇଁ ୨୫ ହଜାର ଟଙ୍କା ଭଡ଼ା ରହିଛି। ଏଥିରେ ୫୦ ଜଣଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ୬ଟି ରୁମ୍‌ ରହିଥିବା ବେ‌ଳେ ପ୍ରତି ରୁମ୍‌ ସହିତ ଶୌଚାଳୟର ବ୍ୟବସ୍ଥା ରହିଛି। ଏହି କ୍ରୁଜ୍‌କୁ ତିଆରି କରିବା ପାଇଁ ବଳରାମଗଡ଼ିର ୧୫ ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ। ଇନ୍‌ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଠାରୁ ଅନୁମତି ନେଇ ଦେବବ୍ରତ ଏହି କ୍ରୁଜ୍‌ ସେବା ଆରମ୍ଭ କରିଛନ୍ତି।

Spread the love