nuakhai

ପଶ୍ଟିମ ଓଡ଼ିଶାର ଗଣପର୍ବ ତଥା ପାରମ୍ପରିକ ପର୍ବ ନୂଆଁଖାଇ । କୃଷକ ଓ କୃଷି, ମାଟି ଓ ମା’ ସହ ଜଡ଼ିତ ଏହି ମହାନ ପର୍ବର ରହିଛି ଅନେକ ତାପର୍ଯ୍ୟ । ଈଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ପରଠାରୁ ହିଁ ଆରମ୍ଭ ହୁଏ ନୂଆର ଅୟମାରମ୍ଭ ।

କିଛି ଅଜଣା କଥା   

ନୂଆଁଖାଇ ହେଉଛି ପ୍ରଥମ ଶସ୍ୟ ଅମଳର ପର୍ବ । ଖରିଫ ଋତୁର ପ୍ରଥମ ନୂଆ ଧାନକୁ ସ୍ୱାଗତ କରିବା ପାଇଁ ଏହି ପର୍ବର ଆୟୋଜନ କରାଯାଏ । ଅନ୍ୟ ଭାଷାରେ କହିବାକୁ ଗଲେ ଅମଳ ହୋଇଥିବା ଧାନ ଉପଲକ୍ଷେ ଏହା ଚାଷୀମାନଙ୍କର ଆନନ୍ଦ ମୁଖରିତ ଶୋଭାଯାତ୍ରା । ଏହି ପର୍ବର ଶୁଭାରମ୍ଭ କେବେଠାରୁ ଆରମ୍ଭ ହେଲା, ତାହା ନିର୍ଦ୍ଦିଷ୍ଟ ଭାବରେ କହିହେବ ନାହିଁ । ଗବେଷକମାନଙ୍କ ମତରେ ଏହା ପ୍ରାକ୍ ବୈଦିକ କାଳରୁ ଭାରତରେ ପ୍ରଚଳିତ ।  ବୈଦିକ ମାନ୍ୟତାରେ ନବଜାତ ଶସ୍ୟଦ୍ୱାରା ସମ୍ପାଦିତ ଯଜ୍ଞର ନାମ “ଆଗ୍ରୟଣେଷ୍ଟି” । ଏହି ଆଗ୍ରୟଣେଷ୍ଟି ବା ନବାନ୍ନ ଭକ୍ଷଣ ଯଜ୍ଞ ବର୍ଷା, ଶରତ ଓ ବସନ୍ତ ଋତୁରେ ତିନିଥର ପାଳନ କରିବାର ବିଧି ରହିଛି । ବର୍ଷା ଋତୁରେ ଶ୍ୟାମକ ବା ଶୁଆଁ ଓ କୋଳିଆ ବା ଷାଠିଆ ଧାନରୁ ପ୍ରସ୍ତୁତ ଯେଉଁ ନବାନ୍ନ ଭକ୍ଷଣ ଯଜ୍ଞ ହୁଏ, ତାକୁ “ଶ୍ୟାମକାଗ୍ରୟଣେଷ୍ଟି” କୁହାଯାଏ । ଶରତ ଋତୁରେ ଶାରଦ ଧାନ ଓ ବିରିରୁ ପ୍ରସ୍ତୁତ ଅନ୍ନରେ ସମ୍ପାଦିତ ଦ୍ୱିତୀୟ ନବାନ୍ନ ଭକ୍ଷଣକୁ “ବ୍ରିହ୍ୟାଗ୍ରୟଣେଷ୍ଟି” ଏବଂ ବସନ୍ତ ଋତୁରେ ଯବ ଓ ଗହମ ଛତୁଆରେ ସମ୍ପାଦିତ ତୃତୀୟ ନବାନ୍ନ ଭକ୍ଷଣକୁ “ଯବାଗ୍ରୟଣେଷ୍ଟି” ନାମରେ ନାମିତ କରାଯାଇଛି । ଆମ ପୂର୍ବପୁରୁଷମାନେ ଏହି ପ୍ରଥମ ଉତ୍ପାଦିତ ଶସ୍ୟରେ ପ୍ରସ୍ତୁତ ଅନ୍ନ ଏବଂ ପିଠାପଣା ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ନିଜେ ସେବନ କରିବାର ବିଧି ହିଁ “ନୂଆଁଖାଇ” ନାମରେ ବିଖ୍ୟାତ ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶସ୍ୟ ଉତ୍ପାଦନ କାଳରେ ଶୁଭଦିନ ନିର୍ଣ୍ଣୟ କରାଯାଇ ନୂଆଁଖାଇ ପାଳନ କରାଯାଉଛି । କିନ୍ତୁ ପଶ୍ଚିମ ଓଡ଼ିଶାରେ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ, ଯାହାକୁ କୁହାଯାଉଛି ଋଷି ପଞ୍ଚମୀ । ହେଲେ ପ୍ରଥମେ ଧାର୍ଯ୍ୟ ହୋଇ ନ ଥିଲା ଏହି ତିଥି । ସ୍ୱତନ୍ତ୍ର ରୀତି ଓ ବିଶ୍ୱାସ ଅନୁଯାୟୀ, ଭାଦ୍ରବ ମାସର ଶୁକ୍ଳପକ୍ଷର ବିଭିନ୍ନ ତିଥିରେ ଏହା ପାଳନ କରାଯାଉଥିଲା । କାରଣ ପଶ୍ଚିମ ଓଡ଼ିଶା ଏକ ମାଳ ଅଞ୍ଚଳ । ଏଠାରେ ଧାନଚାଷ ଶୀଘ୍ର ଆରମ୍ଭ ହୋଇଥାଏ । ଛୋଟଧାନ ପ୍ରାୟ ଦୁଇ ମାସରେ ପାଚି ପାକଳ ହୋଇଥାଏ । ଏହି ଋତୁରେ ଖରିଫ ଶସ୍ୟ ପାଚୁଥିଲା । ଶସ୍ୟ ପୂରା ପାକଳ ନ ହେଲେ ମଧ୍ୟ ଭାଦ୍ରବ ମାସରେ ପାଳନ କରିବାର ବହୁତ କାରଣ ଥିଲା । ଶସ୍ୟ ପାକଳ ହୋଇ ଖାଇବା ଯୋଗ୍ୟ ହେଲେ ତାକୁ ପଶୁପକ୍ଷୀ ଅଇଁଠା କରିଦେବାର ଆଶଙ୍କା ଥାଏ । ତେଣୁ ସର୍ବପ୍ରଥମେ ଏହାକୁ ଭୂଦେବୀ ଅର୍ଥାତ୍ ମାଟି ମାଆଙ୍କୁ ଅର୍ପଣ କରାଯାଏ । ନବାନ୍ନ ଲାଗିର ତିଥି ଓ ଶୁଭ ମୂହୁର୍ତ୍ତକୁ ସମ୍ୱଲପୁରର ଇଷ୍ଟଦେବୀ ସମଲେଶ୍ୱରୀ, ବଲାଙ୍ଗିରର ଈଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଈଷ୍ଟଦେବୀ ସୁରେଶ୍ୱରୀ ଏବଂ କଳାହାଣ୍ଡିର ଈଷ୍ଟଦେବୀ ମାଣିକେଶ୍ୱରୀଙ୍କ ନାମରେ ସ୍ଥିର କରାଯାଉଛି ।

ଲଗ୍ନ ନିରୂପଣରୁ ଆରମ୍ଭ ହୁଏ ନୂଆଁଖାଇ ପ୍ରସ୍ତୁତି ଓ ସଜବାଜ । ଅଗଣାରୁ ଆରମ୍ଭ କରି ଘରକୁ ଦିଆଯାଏ ନୂଆ ରଙ୍ଗ । ଏପରିକି ପୁରୁଣା ଆସବାବପତ୍ରକୁ ସଫା କରାଯାଏ ଏବଂ  ଘରର ପ୍ରତିଟି ସଦସ୍ୟ ପାଇଁ କିଣାଯାଏ ନୂତନ ପୋଷାକ । ଯେମିତିକି ସବୁକିଛି ଲାଗିବ ନୂଆ ନୂଆ । ଏଥିଭିତରେ ନୂଆ ଧାନରୁ ପ୍ରସ୍ତୁତ ହୁଏ ଚୁନା, ଖଇ, ଲିଆ ଓ ଚୁଡ଼ା । ନୂଆଁଖାଇର ସମସ୍ତ ଜରୁରୀ ସାମଗ୍ରୀ ପାଇଁ ଗାଁ ଗାଁରେ ବସେ ସ୍ବତନ୍ତ୍ର ହାଟ । ସେହିପରି ନୂଆଁଖାଇ ପାଇଁ ବ୍ୟବହୃତ ହୁଏ ବିଭିନ୍ନ ଗଛର ପତ୍ର । ମହୁଲ, କୁରେଇ, ସିଆଳି, ସରଗି ଭଳି ଗଛକୁ ପୂଜାର୍ଚ୍ଚନା କରିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଏ । ସେହି ପତ୍ରରେ ତିଆରି ଖଲି, ଚଉପତି, ଦନା, ଠୋଲାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୁଏ, ଆଉ ତା’ ପରେ ସମସ୍ତେ ନୂଆଁ ଖାଇଥା’ନ୍ତି ।  ଆଉ ନୂଆ ଖାଇବା ପରେ ଆରମ୍ଭ ହୋଇଯାଏ ଜୁହାର ଭେଟ୍ । ପରିବାରର ସମସ୍ତ ସାନ, ବଡ଼ଙ୍କୁ ଜୁହାର କରି ନିଅନ୍ତି ଆଶୀର୍ବାଦ । ଆଉ ତାପରେ ନାଚ, ଗୀତ, ଖେଳରେ ଦିନଟି ଆନନ୍ଦ ଉଲ୍ଲାସରେ କଟିଯାଏ । ସେହିପରି ଚାଲେ ନୂଆଁଖାଇ ଭେଟଘାଟ୍ । ସଞ୍ଜବେଳେ ଲୋକେ ଉପହାର ନେଇ ପରସ୍ପରକୁ ଭେଟନ୍ତି । ବନ୍ଧୁ, ଶୁଭେଚ୍ଛୁ ଓ ସମ୍ପର୍କୀୟମାନେ ପରସ୍ପରକୁ ଭେଟି ନୂଆଁଖାଇର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥା’ନ୍ତି ।

ମନୁଷ୍ୟ ଓ ପ୍ରକୃତିକୁ ଜଡ଼ିତ କରି ରଖିଛି ପଶ୍ଚିମ ଓଡ଼ିଶାର ଆଦିପର୍ବ ନୂଆଁଖାଇ । ସମସ୍ତଙ୍କୁ ପରସ୍ପର ମଧ୍ୟରେ ବାନ୍ଧି ରଖିଥିବା ଏହି ଅନନ୍ୟ ପର୍ବକୁ ଆଜିକାଲି କେବଳ ଓଡ଼ିଶାର ପଶ୍ଚିମାଞ୍ଚଳରେ ନୁହେଁ ବରଂ ଉପକୂଳରେ ମଧ୍ୟ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି ।  

Spread the love