Odisha veggie seller’s daughter cracks NEET

ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ଅଡ଼ବାର ଝିଅ ଇଶ୍ରିତା ପଣ୍ଡା କୃତିତ୍ବ ହାସଲ କରିଛନ୍ତି। ଦ୍ବିତୀୟ ଥରରେ ସେ ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି । ଅଡ଼ବା ରାଧାକୃଷ୍ଣ ସାହି ନିବାସୀ ତଥା ପେସାରେ ପରିବା ବିକାଳି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଝିଅ ଇଶ୍ରିତା ବ୍ରହ୍ମପୁର ଆର୍ଯ୍ୟଭଟ୍ଟ କୋଚିଂ ଇନଷ୍ଟିଚ୍ୟୁଟ୍‌ରେ କୋଚିଂ ନେଉଥିଲେ । ମୋଟ ୭୨୦ ମାର୍କରୁ ଇଶ୍ରିତା ୬୨୨ ମାର୍କ ପାଇଥିବା ଜଣାପଡ଼ିଛି । ଏଥିପାଇଁ‌, ସେ ଦିନକୁ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିଲେ । ନିଜ ଇପ୍ସିତ ଲକ୍ଷ୍ୟ ହାସଲ କରିଥିବାରୁ ସେ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି । ଏଥିପାଇଁ ସେ ପିତାମାତାଙ୍କ ଆଶୀର୍ବାଦ ଓ ନିଜ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟାପକଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।

Spread the love