Renowned Odia Bhajan Singer Shantilata Barik Chhotray Passes Away

ବିଶିଷ୍ଠ ଓଡିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେଲା ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ । ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଥିଲେ ଶାନ୍ତିଲତା ବାରିକ । ସେ ବିଭିନ୍ନ ଭଜନ ସଙ୍ଗୀତ ଜରିଆରେ ତାଙ୍କର ହୃଦୟସ୍ପର୍ଶୀ ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ । ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ କୃଷ୍ଣଙ୍କ ଲାଗି ସମର୍ପଣ କରିଥାନ୍ତି । ପୁରୀ ନିମାପଡ଼ାରେ ଜନ୍ମିତ ଶାନ୍ତିଲତା ପିଲାଟିବେଳୁ ହିଁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣି ତାଙ୍କରି ଗୀତ ହିଁ ଗୁଣୁଗୁଣାଉଥିଲେ । ତେଣୁ ସେ ତାଙ୍କରି ଭଜନ ଦ୍ୱାରା କୋଟି କୋଟି ଓଡ଼ିଆଙ୍କୁ ଶ୍ରୀଜଗନ୍ନାଥଙ୍କ ସହ ଯୋଡ଼ିବାରେ ସକ୍ଷମ ହୋଇଥିଲେ । ହେ ଚକାନୟନ, ମଲ୍ଲୀଫୁଲ ଗଜରାମାଳ, ଭଜି ଭଜି ତୋ ନାମ, ଦେଖ ଉଡ଼ୁଛି ବାନା, ଏମିତିକା ଦିଅଁ କାହିଁ କେଉଁଠି, ଅଧାଗଢ଼ା ହାତ ମୋର କେଡେ ସୁନ୍ଦର ଆଦି ତାଙ୍କର ଲୋକପ୍ରିୟ ଭଜନ। ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କର ବିଶେଷ ଅବଦାନ ପାଇଁ ଶାନ୍ତିଲତାଙ୍କୁ ମିଳିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଓ ଜୀବନବ୍ୟାପୀ ସାଧନା ପୁରସ୍କାର । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି।

Spread the love