Veteran odia director and actor Sadhu Meher passes away

ପରଲୋକରେ ବିଶିଷ୍ଟ ସିନେମା ନିର୍ମାତା, ଲୋକପ୍ରିୟ ଅଭିନେତା ଏବଂ ନିର୍ଦ୍ଦେଶକ ସାଧୁ ମେହେର । ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସାଧୁ ମେହେର ପିଲାଟି ଦିନରୁ କଳା, ଅଭିନୟ ଓ ସିନେମା ପ୍ରତି ରୁଚି ରଖୁଥିଲେ । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ ଖ୍ୟାତି ଅର୍ଜନ କରିଥିଲେ। ୨୦୧୧ରେ ସାଧୁ ମେହେରଙ୍କୁ ଜୟଦେବ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ବହୁ ଚର୍ଚ୍ଚିତ ସମ୍ବଲପୁରୀ ଫିଲ୍ମ ‘ଭୁଖା’ ଏବଂ ସବନା ଆଜମୀଙ୍କ ସହ ‘ଅଂକୁର’ ସିନେମାରେ ମଧ୍ୟ ଅଭିନୟ କରିଥିଲେ ।

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ସାଧୁ ମେହେର ହିନ୍ଦୀ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ୧୯୬୯ରେ ରିଲିଜ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ‘ଭୁବନ ସୋମ’ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଅଙ୍କୁର’। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିଭଳି ଓଡ଼ିଆରେ ସେ ‘ଅଭିମାନ’, ‘ମନ୍ଥନ’, ‘ବାଲିଘର’, ‘ଶୀତ ରାତି’, ‘ଜୟ ଜଗନ୍ନାଥ’ ଆଦିରେ ନିଖୁଣ ଅଭିନୟ କରିଥିଲେ। ସବ୍ୟସାଚୀ ମହାପାତ୍ରଙ୍କ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଭୁଖା’ (ସମ୍ବଲପୁରୀ ଫିଲ୍ମ) ରେ ଅଭିନୟ କରି ସେ ଓଡ଼ିଶାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅଭିନୟରେ ଦକ୍ଷତାକୁ ନେଇ ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେବେ ଅଭିନୟ ବ୍ୟତୀତ ନିର୍ଦ୍ଦେଶନାରେ ମଧ୍ୟ ସେ ପାରଙ୍ଗମ ଥିଲେ। ‘ଅଭିମାନ’,’ଅଭିଳାଷା’ ଏବଂ ‘ବବୁଲା’ (ପିଲାଙ୍କ ଫିଲ୍ମ) ଭଳି ପ୍ରଶଂସିତ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏବେ ତାଙ୍କ ପରଲୋକରେ ଉଭୟ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି।

Spread the love