Jayanti Patnaik, wife of former Odisha CM Janaki Ballabh Patnaik, passes away

ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ବର୍ଷ ବୟସରେ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ସାହିତ୍ୟ ସଂଗଠିକା, ସମାଜସେବୀ ଓ ବକ୍ତା ଭାବେ ସାରା ଦେଶରେ ଜୟନ୍ତୀ ପଟ୍ଟନାୟକ ଖ୍ୟାତି ଅର୍ଜନ କରିଥିଲେ । ନିଜର ଓଜସ୍ବିନୀ ଭାଷଣ ପାଇଁ ସେ ଓଡ଼ିଶାବାସୀଙ୍କ ପ୍ରିୟ ହୋଇପାରିଥିଲେ । ଓଡ଼ିଶାରୁ ଚାରି ଥର ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଥିଲେ ଜୟନ୍ତୀ ପଟ୍ଟନାୟକ । ୧୯୮୧ରେ ପ୍ରଥମ ଓଡ଼ିଆ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Spread the love