Bargarh Dhanu Yatra Artist Devendra Biswal Passed Away

ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳଙ୍କ ଦେହାନ୍ତ । ବୁଧବାର ଭୋର ସମୟରେ ୬୯ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ ‘ହିଲ୍ଲିପାଲିର ସେନାପତି’ ଭାବେ ବେଶ୍ ପରିଚିତ ଥିଲେ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ନାଟକ ପାର୍ଟିର ‘ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ସେ ବହୁବର୍ଷ ଧରି ଅଭିନୟ କରିଥିଲେ । ପ୍ରଖ୍ୟାତ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ମଧ୍ୟ ସେ ଅଭିନୟ କରିଥିଲେ । ୧୯୮୦ ମସିହାରେ ସେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ । ଗତ କିଛିବର୍ଷ ହେଲା ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।

Spread the love