Dharmendra Pradhan met Padmashree awardee Maguni Kuanr

ନୂଆଦିଲ୍ଲୀଠାରେ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ କଳା ତଥା କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଦିଗରେ ଶ୍ରୀ କୁଅଁରଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । କଣ୍ଢେଇ ନୃତ୍ୟ ମାଧ୍ୟମରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଏହି ଅନନ୍ୟ କଳା ପ୍ରତିଭା ଲୋକକଳାର ସଂରକ୍ଷଣ ଦିଗରେ ସମାଜକୁ ଅନୁପ୍ରାଣିତ କରିବ ବୋଲି ମୋର ବିଶ୍ୱାସ । ଉଲ୍ଲେଖ ଥାଉ କି ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

Spread the love