ପଞ୍ଚାମୃତର ମହତ୍ତ୍ବ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ତଥା ହୋମଯଜ୍ଞ ଆଦି ବିଭିନ୍ନ କର୍ମକାଣ୍ଡରେ “ପଞ୍ଚାମୃତ” ଅତ୍ୟନ୍ତ ଜରୁରୀ । ପୂଜା ସମୟରେ ଲାଗି ହୋଇଥିବା ସମସ୍ତ ଆବଶ୍ୟକୀୟ ଜିନିଷ ମଧ୍ୟରେ ପ୍ରଧାନ ସାମଗ୍ରୀ ହେଉଛି “ପଞ୍ଚାମୃତ” । ପାଞ୍ଚଟି ଜିନିଷର ସମାହାରରେ ପ୍ରସ୍ତୁତ ଅମୃତ ସମ ଦ୍ରବ୍ୟଟିଏ ହେଉଛି “ପଞ୍ଚାମୃତ”। ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ “ପଞ୍ଚାମୃତ”  ପ୍ରସ୍ତୁତ ହୁଏ। ଏହି ଅମୃତ ଦ୍ରବ୍ୟର ରହିଛି ଅନେକ ମହତ୍ତ୍ବ ଏବଂ ବିଶେଷତ୍ବ । ତେବେ ଆଜିର ଆଲେଖ୍ୟଟି “ପଞ୍ଚାମୃତ” ଉପରେ ଆଧାରିତ।

ଘରେ ହେଉ କି ମନ୍ଦିରରେ ପୂଜାରେ ଗଙ୍ଗାଜଳ ସହ ତୁଳସୀ କିମ୍ବା ପଞ୍ଚାମୃତ ନିହାତି ଜରୁରୀ । ଛୋଟ ହେଉ କି ବଡ଼ ସବୁଠି ପଞ୍ଚାମୃତ ଲୋଡ଼ା ପଡ଼େ, କାରଣ ପଞ୍ଚାମୃତ ବିନା ପୂଜା ଅଧୁରା ହିଁ କହିଲେ ଚଳେ । କାରଣ ଏହାଦ୍ବାରା ଶୁଦ୍ଧି ହୋଇଥାଏ ସମଗ୍ର ପରିବେଶ ଓ ମନୁଷ୍ୟ । ପୂଜା ଶେଷରେ ଏହାକୁ ସେବନ କରାଯାଏ । କୁହାଯାଏ ଯେ ଏହାକୁ ସେବନ କରିବା ଦ୍ବାରା ଅନେକ ଶୁଭ, ହୋଇଥାଏ । ଏଥିସହ ଶରୀରକୁ ସକାରାତ୍ମକ ଶକ୍ତି ପ୍ରଦାନ ସହ ଅକାଳ ମୃତ୍ୟୁ ଦୂର ହୋଇଥାଏ। ଶାସ୍ତ୍ର ମାନ୍ୟତା ଅନୁଯାୟୀ, ପଞ୍ଚାମୃତକୁ ଶ୍ରଦ୍ଧାପୂର୍ବକ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖଶାନ୍ତି ପ୍ରାପ୍ତି ହୋଇଥାଏ । ଏହା ବାଦ୍ ପଞ୍ଚାମୃତ ଉତ୍ତମ ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ। ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ । ଭଗବାନଙ୍କୁ ଅଭିଷେକ ମଧ୍ୟ କରାଯିବାର ପରମ୍ପରା ରହିଛି। ଏପରିକି ପଞ୍ଚାମୃତରେ ନିଜେ ମଧ୍ୟ ସ୍ନାନ କଲେ ଶରୀରର କାନ୍ତି ବୃଦ୍ଧି ପାଏ ।

ପ୍ରତୀକାତ୍ମକ ଅର୍ଥ

ପଞ୍ଚାମୃତରେ ଉପଯୋଗ ହେଉଥିବା ପାଞ୍ଚଟି ଉପାଦାନର ପ୍ରତୀକାତ୍ମକ ଅର୍ଥ ରହିଛି । ଏଥିରେ ବ୍ୟବହୃତ ହେଉଥିବା କ୍ଷୀର ହେଉଛି ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ, ଦହି ସମୃଦ୍ଧିର ପ୍ରତୀକ । ସେହିପରି ମହୁମାଛିଙ୍କ ଦ୍ୱାରା ପୂର୍ଣ୍ଣ ସମର୍ପଣ ଓ ସହଯୋଗରେ ପ୍ରସ୍ତୁତ ମହୁ ମିଷ୍ଟ ବଚନ ଓ ଏକତାର ପ୍ରତୀକ ଏବଂ ଘିଅ ହେଉଛି ବିଜୟ ଓ ଶକ୍ତିର ପ୍ରତୀକ । ସେହିପରି ଗୁଡ଼ ହେଉଛି ଆନନ୍ଦର ପ୍ରତୀକ ।

ପ୍ରସ୍ତୁତି ଓ ସେବନର ସଠିକ୍ ମାର୍ଗ

ପଞ୍ଚାମୃତକୁ ପ୍ରସ୍ତୁତି କରିବା ପାଇଁ ରୂପା କିମ୍ବା ତମ୍ବାର ପାତ୍ର ଆବଶ୍ୟକ । ପ୍ରଥମେ କ୍ଷୀର ଓ ଦହିକୁ ଭଲ ଭାବେ ଘାଣ୍ଟିବା ପରେ  ଘିଅ ଓ ମହୁ ମିଶାଯାଏ। ଏହାପରେ ଗୁଡ଼ ପକାଯାଏ । ଶେଷରେ ତୁଳସୀ ଦେଇ ଏହାକୁ ଠାକୁରଙ୍କୁ ଅର୍ପଣ କରି ଗ୍ରହଣ କରାଯାଏ । ପଞ୍ଚାମୃତ ସବୁବେଳେ ତମ୍ବା ପାତ୍ରରେ ପ୍ରସ୍ତୁତ କରିବା ଉଚିତ୍ । ଏହାକୁ ସର୍ବଦା ଡାହାଣ ହାତରେ ଗ୍ରହଣ କରାଯାଏ ।  ଦୁଇ ହାତ ଯୋଡ଼ି ବାମ ହାତକୁ ତଳେ ରଖି ଡାହାଣ ହାତରେ ପଞ୍ଚାମୃତ ଗ୍ରହଣ କରିବା ଉଚିତ୍ । ଏହାପରେ ପ୍ରଥମେ ମସ୍ତକରେ ଲଗାଇ ତା’ପରେ ସେବନ କରିବାର ବିଧି ରହିଛି।  ତେବେ ପଞ୍ଚାମୃତକୁ କେବେ ବି ତଳେ ପଡ଼ିବାକୁ ଦିଆଯାଏ ନାହିଁ, ଏହାଦ୍ବାରା ହାନି ହୁଏ ବୋଲି କଥାରେ ରହିଛି।  କୌଣସି ଗୁରୁତ୍ବପୂର୍ଣ୍ଣ କିମ୍ବା ଶୁଭକାର୍ଯ୍ୟରେ ଯିବା ପୂର୍ବରୁ ପଞ୍ଚାମୃତ ସେବନ କରାଯାଏ। କାରଣ ପଞ୍ଚାମୃତ ସେବନ କରିବା କଲେ ଈଶ୍ବରଙ୍କ ଆଶୀର୍ବାଦ ମିଳେ ଏବଂ କାର୍ଯ୍ୟସିଦ୍ଧି ହୋଇଥାଏ ।  ଶାସ୍ତ୍ରରେ ରହିଛି, ବୁଧୁବାର ଦିନ ଗଣେଶଙ୍କୁ ପଞ୍ଚାମୃତରେ ସ୍ନାନ କରାଇବା ପରେ ସେହି ପଞ୍ଚାମୃତକୁ ଘରର ସମସ୍ତେ ସେବନ କଲେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।

ଉପକାରିତା

ପଞ୍ଚାମୃତରେ ମିଶ୍ରିତ ପାଞ୍ଚଟି ଉପାଦାନଗୁଡ଼ିକରୁ ରୋଗ ନିବାରଣ ଗୁଣ ମିଳିଥାଏ, ଯାହା ଆମ ଶରୀରକୁ ପୁଷ୍ଟ ଓ ସୁସ୍ଥ ରଖେ । ପଞ୍ଚାମୃତରେ ରହିଥିବା ପ୍ରଥମ ଉପାଦାନ ହେଉଛି କ୍ଷୀର । ଏହା ଶରୀର ଓ ମନକୁ ଥଣ୍ଡା ରଖିବା ସହିତ ଶରୀରର ଚମକ ବଢ଼ାଇଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସେହିପରି ଏଥିରେ ରହିଥିବା ଦହି ଆମର ପାଚନ ଶକ୍ତିକୁ ସୁସ୍ଥ ରଖିବା ସହ ବାତଦୋଷକୁ ମଧ୍ୟ ସନ୍ତୁଳିତ ରଖିଥାଏ । ମହୁ ରଙ୍ଗ ସଫା ରଖିବା ସହ ଚର୍ମକୁ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ ଇ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ପଞ୍ଚାମୃତରେ କ୍ୟାଲସିୟମ ଭରପୂର ଥାଏ । ଏହା ଆମ ଅସ୍ଥିକୁ ମଜବୁତ ରଖେ। ସେହିପରି ଏହା ଶୀତଳ, ପୌଷ୍ଟିକ, ଉତ୍ତମ ପାଚକ ସହ ପିତ୍ତନାଶକ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ କ୍ରୋଧକୁ ନିୟନ୍ତ୍ରଣକୁ ଆଣିଥାଏ । ପଞ୍ଚାମୃତର ସେବନ କରିବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିଥାଏ । ଏହାକୁ ଅଧିକ ସେବନ କରିବା ଅନୁଚିତ ।

ହିନ୍ଦୁଧର୍ମରେ ପଞ୍ଚାମୃତର ଧାର୍ମିକ ମହତ୍ତ୍ବ ଅନେକ । ଭଗବାନଙ୍କୁ ଚଢ଼ାଯାଉଥିବା ନୈବେଦ୍ୟ ହେଉ ଅଥବା ପୂଜାରେ “ପଞ୍ଚାମୃତ” ମୁଖ୍ୟ । ତେବେ ଆମ ଶୁଦ୍ଧଚିତ୍ତ ମନରେ ପଞ୍ଚାମୃତକୁ ଯେପରି ଗ୍ରହଣ କରୁଛୁ, ସେହିପରି ଆମ ପରମ୍ପରା ଓ ସଂସ୍କୃତିକୁ ମଧ୍ୟ ଗ୍ରହଣ କରିବା ଉଚିତ୍। ତେବେ ଆମର ଏହି ବ୍ଲଗଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।

Spread the love