Dharmendra Pradhan

ଜାତୀୟ ପାଠ୍ୟକ୍ରମ ରୂପରେଖ, ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷା ନୀତି – ୨୦୨୦ (ଏନଇପି) ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇପାରିବେ ।

ଶିକ୍ଷକ, ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ପ୍ରନ୍ସିପାଲ, ଶିକ୍ଷାବିତ, ଅଭିଭାବକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ବିଶେଷଜ୍ଞ, ଜନପ୍ରତିନିଧି, କଳାକାର, ଚାଷୀ ତଥା ସ୍କୁଲ ଓ ଶିକ୍ଷକଙ୍କ ଶିକ୍ଷାରେ ଆଗ୍ରହ ରଖୁଥିବା ବ୍ୟକ୍ତି ବିଶେଷ ମାନେ ଓଡ଼ିଆ ସମେତ ୨୩ଟି ଭାଷାରେ ହେଉଥିବା ଅନଲାଇନ ସର୍ଭେ ଦ୍ୱାରା ଅଂଶଗ୍ରହଣ କରି ନିଜ ମତାମତ ଦେଇପାରିବେ । ଅନଲାଇନ ସାଇଟ୍ https://ncfsurvey.ncert.gov.in କୁ ଯାଇ ଲୋକମାନେ ନିଜର ମତାମତ ଦେଇପାରିବେ । ଶିଶୁଙ୍କ ସାମଗ୍ରିକ ବିକାଶ କରିବା ସହ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଏବଂ ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବା ନେଇ ଜାତୀୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରାଯାଇଛି ।

Spread the love