Zhodiya Samaj chief Sumni Zhodiya met Dharmendra Pradhan

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବିରେ ପଲ୍ଲୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିଲ୍ଲୀରେ ପହଞ୍ଚିଛି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଝୋଡ଼ିଆ ସମାଜ ମୁଖ୍ୟ ସୁମନୀ ଝୋଡ଼ିଆଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ମାନ୍ୟତା ପ୍ରଦାନରେ ଅବହେଳା ଯୋଗୁ ଝୋଡ଼ିଆ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଏବଂ ଆଦିବାସୀ ମନ୍ତ୍ରାଳୟ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିବାକୁ ଝୋଡ଼ିଆ ସମାଜ ନିଷ୍ପତ୍ତି ନେଇଛି। ଅନ୍ୟମାନଙ୍କ ମଧ୍ୟରେ ଗୁରୁନାଥ ଝୋଡ଼ିଆ, ହୁତାସନ ଝୋଡ଼ିଆ, ଘାସେନ ଝୋଡ଼ିଆ ଏହି ପ୍ରତିନିଧି ଦଳରେ ସାମିଲ୍‌ ହୋଇଛନ୍ତି।

Spread the love