Gupteshwar will be a biodiversity heritage site.

ରାଜ୍ୟର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଗୁପ୍ତେଶ୍ବର ପୀଠକୁ ଘୋଷଣା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୀଠରୁ ୩୦କିଲୋମିଟର ପରିଧି ମଧ୍ୟରେ ରହିଥିବା ଅଞ୍ଚଳକୁ ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ଜୈବ ବିବିଧତା ପ୍ରାଧିକରଣ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ଜୟପୁର ବନଖଣ୍ଡ ଅଧିକାରୀ ନାୟକଶ୍ରୀ ଜଗଦୀଶ ପ୍ରସାଦ ସିଂ ସୂଚନା ଦେଇଛି। ଚଳିତ ବର୍ଷ ହିଁ ମାନ୍ୟତା ମିଳିବାର ସର୍ବାଧିକ ସମ୍ଭାବନା ରହିଛି ବୋଲି ମଧ୍ୟ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଗୁପ୍ତେଶ୍ବର ପୀଠକୁ ମାନ୍ୟତା ମିଳିଲେ ଦେଶର ୧୯ତମ ଜୈବ ବିବିଧତା ଐତିହ୍ୟସ୍ଥଳ ହେବ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟର ତୃତୀୟ ଐତିହ୍ୟସ୍ଥଳ ପାଲଟିବ। ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଓ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ଏହି ମାନ୍ୟତା ମିଳିସାରିଛି। ବୈପାରିଗୁଡ଼ା ବ୍ଲକ୍‌ ହଳଦୀକୁଣ୍ଡ ପଞ୍ଚାୟତ ଅର୍ନ୍ତଗତ ଗୁପ୍ତେଶ୍ବର ବନଖଣ୍ଡ ମଧ୍ୟରେ ରହିଛି ପ୍ରସିଦ୍ଧ ଶୌବପୀଠ। ଏହାର ଚତୁଃପାର୍ଶ୍ବରେ ତଥା ୩୦କିଲୋମିଟର ପରିଧି ମଧ୍ୟରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଔଷଧୀୟ ଗୁଳ୍ମ ରହିଛି। ପ୍ରଚୁର ପରିମାଣରେ ମହୁ, ଝୁଣା, ହରିଡା, ବାହଡା ମିଳୁଛି। ବନ୍ୟଜନ୍ତୁ, ଗୃହପାଳିତ ପ୍ରାଣୀ, କୁମ୍ଭୀରଙ୍କ ବସବାସ ପାଇଁ ଉପଯୁକ୍ତ ପରିବେଶ ରହିଛି। ସେହିପରି ଏଠାକାର ଆଦିବାସୀ, ବନବାସୀଙ୍କ ଜୀବନଶୈଳୀ, ପରମ୍ପରା, ଐତିହ୍ୟ, ଇତିହାସକୁ ପ୍ରକଳ୍ପ ଇନ୍‌‌ଭେଷ୍ଟିଗେଟର ଟିମ୍‌ର ସଂଯୋଜକ ଡ. ଶୁଭ୍ରାଂଶୁ ନାୟକ, ଜୀବ ବିଜ୍ଞାନୀ ଡ. ସତ୍ୟରଂଜନ ବେହେରା, ଉଦ୍ଭିଦ ବିଜ୍ଞାନୀ ଡ. ପ୍ରସାଦ କୁମାର ଦାଶ, ରିସର୍ଚ୍ଚର ଭବାନୀ ଶଙ୍କର ମହାପାତ୍ର, ୟାଶମିନ୍ ରାଉତ, ମୋହିନୀକାନ୍ତ ଦାଶ ପ୍ରମୁଖ ଗବେଷଣା କରିଥିଲେ। ସମସ୍ତ ଦିଗକୁ ଅନୁଧ୍ୟାନ, ନିରୀକ୍ଷଣ, ଅଭିଜ୍ଞତାକୁ ଅଧ୍ୟୟନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଟିମ୍‌ ୨୦୨୧ ମସିହା ଅକ୍ଟୋବରରୁ ୨୦୨୨ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ରହିଥିଲା। ଜ‌ୈବ ବିବିଧତା ନିୟମ-୨୦୦୨ ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରି ବନଖଣ୍ଡ ଅଧିକାରୀଙ୍କ ଜରିଆରେ ଏହା ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜାତୀୟ ଜୈବ ବିବିଧତା ପ୍ରାଧିକରଣଙ୍କ ନିକଟରେ ଦାଖଲ କରାଯାଇଛି।

Spread the love