ଦୁର୍ଗତିନାଶିନୀଙ୍କ ନବ ସ୍ବରୂପ

ମା’ ଦୁର୍ଗା । ସେ ମହିଷାମର୍ଦ୍ଦିନୀ, ଦୁର୍ଗତିନାଶିନୀ, ଶକ୍ତିସ୍ବରୂପଣୀ ଓ ଜଗତଜନନୀ । ଦୟା, କ୍ଷମା, କ୍ଷୁଧା, ତୃଷ୍ଣା, ଶ୍ରଦ୍ଧା, ଭକ୍ତି, ଶାନ୍ତି, କାନ୍ତି, ଲଜ୍ଜା ଆଦି ଏହି ମହାଶକ୍ତିଙ୍କ ଶକ୍ତିସ୍ବରୂପ । ଦେବୀ ଦୁର୍ଗାଙ୍କୁ ମୁଖ୍ୟତଃ ବସନ୍ତ ଓ ଶରତ ଋତୁରେ ଆରାଧାନ କରାଯାଏ । ଚୈତ୍ର ଶୁକ୍ଲ ଓ ଆଶ୍ବିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ। ମା’ଙ୍କ ନବଦୁର୍ଗା ସ୍ବରୂପକୁ ଆରାଧନା କଲେ ପାପରୁ ମିଳେ ମୁକ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଦେବୀ କବତ ସ୍ତୋତ୍ରରେ ଉଲ୍ଲେଖ ରହିଛି,

“ପ୍ରଥମଂ ଶୈଳ ପୁତ୍ରୀତି ଦ୍ବିତୀୟଂ ବ୍ରହ୍ମଚାରିଣୀ

ତୃତୀୟ ଚନ୍ଦ୍ର ଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ ।

ପଞ୍ଚମସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀ ତଥା

ସପ୍ତମ କାଳରାତ୍ରେତି ମହାଗୌରୀତି ଚାଷ୍ଟମମ୍

ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ ।“

ଦେବୀ ଶୈଳପୁତ୍ରୀ 

ଦେବୀ ଦୁର୍ଗାଙ୍କର ପ୍ରଥମ ରୂପ ଶୈଳପୁତ୍ରୀ । ଶୈଳ ଅର୍ଥ “ପାହାଡ଼” ଏବଂ ପୁତ୍ରୀ ଅର୍ଥ “କନ୍ୟା” । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଦକ୍ଷକନ୍ୟା ସତୀ ପ୍ରଥମେ ଶୈଳପୁତ୍ରୀ ଭାବେ ପୁନର୍ଜନ୍ମ ନେଇଥିଲେ । ହିମାଳୟପୁତ୍ରୀ ପାର୍ବତୀ ରୂପେ ଦ୍ବିତୀୟ ପୁର୍ନଜନ୍ମ ନେଇ ମହାଦେବଙ୍କୁ ବିବାହ କରିଥିଲେ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର । ତାଙ୍କୁ ଆରାଧନା କଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।

ମା’ ବ୍ରହ୍ମଚାରିଣୀ 

ମା’ ଙ୍କ ଦ୍ବିତୀୟ ରୂପ ବ୍ରହ୍ମଚାରିଣୀର ଅନ୍ୟ ନାମ ହେଲା- ରମା, ଅପର୍ଣ୍ଣା, ତପଶ୍ଚାରିଣୀ ।  ବ୍ରହ୍ମଚାରିଣୀର ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ । ଏଇ ମହାଶକ୍ତି ମୋକ୍ଷ ମାର୍ଗର ପ୍ରଥମ ସୋପାନ । ତେଣୁ ସେ ବ୍ରହ୍ମଜ୍ଞାନ ପ୍ରଦାନ କରନ୍ତି ।

ମା’  ଚନ୍ଦ୍ରଘଣ୍ଟା

ନବରାତ୍ରର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ପୂଜା ପାଆନ୍ତି । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବାରୁ ସେ ହେଉଛନ୍ତି ଚନ୍ଦ୍ରଘଣ୍ଟା । ଦୁର୍ଗାଙ୍କ ଏହି ରୂପ ଭୟ ପ୍ରଦାୟକ । ତାଙ୍କର ଦଶଗୋଟି ହାତ । ଦଶ ହାତରେ ଖଡଗ, ବାଣ, ତ୍ରିଶୂଳ, ଗଜା, ପଦ୍ମ, ଫୁଲ ଓ ଅସ୍ତ୍ରଶସ୍ତ୍ର ସଜ୍ଜିତ । ତାଙ୍କରି ସାଧନାରେ ସାଧକର ସମସ୍ତ ପାପ ଓ ବାଧାବିଘ୍ନ ବିନିଷ୍ଟ ହୁଏ ।

ମା’ କୁଷ୍ମାଣ୍ଡା

କୁ ଶବ୍ଦର ଅର୍ଥ କୁତ୍ସିତ, ଭଷ୍ମ ଶବ୍ଦର ଅର୍ଥ ସନ୍ତାପତ୍ରୟ । ସେ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତ୍ରୀ । ନିଜ ହସ ଦ୍ବାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ବାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା । ତାଙ୍କୁ ପୁଣି ‘ଅଷ୍ଟଭୁଜା’ ଦେବୀ କୁହାଯାଏ । ଦେବୀ କୁଷ୍ମାଣ୍ଡାଙ୍କୁ ପୂଜା କଲେ ରୋଗ, ଶୋକ ଦୂର ହୁଏ । ଆୟୁ, ଯଶ, ବଳ ଓ ଆରୋଗ୍ୟ ଲାଭ ହୁଏ ।

ମା’ ସ୍କନ୍ଦମାତା

ପଞ୍ଚମ ଦିନେ ସ୍କନ୍ଦମାତାଙ୍କୁ ଆରାଧନା କରାଯାଏ । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟଙ୍କ ମାତା । କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ ହୋଇଥିବାରୁ, ସେ ସ୍କନ୍ଦମାତା ରୂପେ ପୂଜା ପାଆନ୍ତି । ସେ ହେଉଛନ୍ତି ସକଳ ମାତୃତ୍ବର ପରିପ୍ରକାଶ, ସ୍ନେହଶୀଳା ଓ କ୍ଷମାମୟୀ। ତାଙ୍କୁ ‘ପଦ୍ମାସନା’ ମଧ୍ୟ କୁହାଯାଏ । ତାଙ୍କର ବାହନ ସିଂହ । ତାଙ୍କର ଚାରୋଟି ହାତ । ଉପର ଦୁଇ ହାତରେ ପଦ୍ମଫୁଲ ଓ ତଳ ଗୋଟିଏ ହାତରେ ବରମୁଦ୍ରା ଓ ଅନ୍ୟ ହସ୍ତରେ କାର୍ତ୍ତିକେୟଙ୍କୁ କୋଳରେ ଧରିଛନ୍ତି । ତାଙ୍କୁ ପୂଜା କଲେ ଭକ୍ତର ମନସ୍କାମନା ପୂର୍ଣ୍ଣ ହୁଏ ।

ମାତା କାତ୍ୟାୟନୀ

ଷଷ୍ଠୀରେ ଦୁର୍ଗାଙ୍କ କନ୍ୟା ସ୍ବରୂପ ମାତା କାତ୍ୟାୟନୀ ପୂଜା ପାଆନ୍ତି । କାତ୍ୟାମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସେ ସ୍ନେହ ଶ୍ରଦ୍ଧାର ପ୍ରତୀକ । ତାଙ୍କୁ ପୂଜା କଲେ ସହଜରେ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରାପ୍ତି ହୁଏ। ପୁଣି ରୋଗ, ଶୋକ, ସନ୍ତାପ ବିନିଷ୍ଟ ହୁଏ ।

ମା’ କାଳରାତ୍ରୀ

ମହାସପ୍ତମୀରେ ବିଜେ ହୁଅନ୍ତି ମା’ କାଳରାତ୍ରୀ । ତାଙ୍କର ଅନ୍ୟନାମ ‘ଶୁଭଙ୍କରୀ’ । ସେ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ବଂସକର୍ତ୍ତ୍ରୀ। ଦେବୀ କାଳରାତ୍ରୀଙ୍କ ରୂପ ହେଉଛି ମା’ ଦୁର୍ଗାଙ୍କ ସବୁଠାରୁ ଭୟଙ୍କର ରୂପ । ତାଙ୍କୁ ପୂଜା କଲେ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ।

ମା’ ମହାଗୌରୀ

ମହାଗୌରୀର ଅର୍ଥ ସେ ବିଜୁଳି ପରି ଉଜ୍ଜ୍ବଳ । ଶିବଙ୍କୁ ପାଇବା ପାଇଁ ସେ ଯୁଗ ଯୁଗ ଧରି ଅଚଳ ଅବସ୍ଥାରେ ମହାତପରେ ବସିଥିଲେ । ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇଥିଲେ, ତେଣୁ ତାଙ୍କର ନାମ ମହାଗୌରୀ । ଦୁର୍ଗାଙ୍କ ଏହି ରୂପକୁ ପୂଜା କଲେ ସମସ୍ତ ପାପ କ୍ଷୟ ହୁଏ ଏବଂ ଦୁଃଖ, ସନ୍ତାପ କଦାପି ସ୍ପର୍ଶ କରେ ନାହିଁ ।

ମା’ ସିଦ୍ଧଦାତ୍ରୀ

ଭକ୍ତ ଓ ସାଧକଙ୍କୁ ସିଦ୍ଧିଦାନ ସହ ଜ୍ଞାନ ଦାନ କରିଥିବାରୁ ତାଙ୍କର ଅନ୍ୟନାମ “ଜ୍ଞାନଦାତ୍ରୀ” । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି । ସିଦ୍ଧ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତାଙ୍କ ଗହଣରେ ସେ ବିଜେ ହୁଅନ୍ତି। ମହାନବମୀରେ ତାଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।

Spread the love