Banda ITI student Budri Kirsani will go to Dubai

ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ । ଇପିକଲ୍ ପକ୍ଷରୁ ମେ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ ବୁଦ୍ରି କିର୍ସାନୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି। ବୁଦ୍ରିଙ୍କ ସହ ଦୁବାଇ ଯିବାପାଇଁ ମନୋନୀତ ହୋଇଥିବା ଅନ୍ୟ ୪ ଜଣ ଛାତ୍ରଛାତ୍ରୀ ହେଲେ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ବଳରାମ ରାଉତ, ମୟୂରଭଞ୍ଜ ସରକାରୀ ପଲିଟେକ୍‌ନିକର ଭାଗ୍ୟସ୍ମିତା ପୃଷ୍ଟି, ରାଉରକେଲା ସରକାରୀ ଆଇଟିଆଇର ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ଆଇଟିଆଇର ଅପସା ରାଣୀ ବେହେରା।

ମାଲକାନଗିରି ଖଇରପୁଟ ବ୍ଲକ ବଣ୍ଡାଘାଟିର ଦାନ୍ତିପଡ଼ା ଗାଁରେ ବୁଦ୍ରି କିର୍ସାନୀଙ୍କ ଘର । ସେ ଏମ୍ଭି-୨୭ ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ମାଲକାନଗିରି ଆଇଟିଆଇରେ ଇଲେକ୍ଟୋନିକ୍ସ ମେକାନିକାଲ ବିଭାଗରେ ନାମ ଲେଖାଇଥିଲେ । ପିଲାଟି ଦିନରୁ ସେ ହେଉଛନ୍ତି ବାପା-ମାଆ ଛେଉଣ୍ଡ । ବାପା-ମାଆଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିଲେ ୫ ଭଉଣୀ । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲେ ମଧ୍ୟ ବୁଦ୍ରି ଭଲ ପାଠ ପଢୁଥିଲେ । ତେଣୁ ୪ ଭଉଣୀ ତାଙ୍କୁ ପାଠ ପଢାଇ ମଣିଷ କରାଇଛନ୍ତି । ଶିକ୍ଷକ ଓ ଭଉଣୀମାନଙ୍କ ଉଦ୍ୟମ ଯୋଗୁ ଦୁବାଇ ଯାଇ କିଛି ଶିକ୍ଷା ଗ୍ରହଣ କରିପାରିବି ବୋଲି ବୁଦ୍ରି ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ତତ୍କାଳ ପାସପୋର୍ଟ ପ୍ରସ୍ତୁତ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ରୋଜିନା ଦାଶ ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦେଖିବା ସହ ଶିକ୍ଷା ଗ୍ରହଣ କରିବାକୁ ଶିଳ୍ପ ବିଭାଗ ଅଧୀନରେ ଥିବା ଇପିକଲ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି। ମନୋନୀତ ଛାତ୍ରଛାତ୍ରୀ ମାନେ ମେ ୧୫‌ରେ ଦୁବାଇ ଅଭିମୁ‌ଖେ ଯାଇ ୨୨ରେ ସ୍ବଦେଶ ଫେରିବେ।

Spread the love