Dillip srichandan honored as Tree Man of India

ାଜ୍ୟସ୍ତରୀୟ ୧୨୩ ତମ ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍‌ ଆର୍ମିର କମାଣ୍ଡାଣ୍ଟ୍‌ ଇନ୍‌ ଚିଫ୍‌ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଟ୍ରି ମ୍ୟାନ୍‌ ଅଫ୍ ଇଣ୍ଡିଆ ସମ୍ମାନ ପ୍ରଦାନ କରିଛନ୍ତି । ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଟ୍ରି ବ୍ୟାଙ୍କ ସ୍ଥାପନ, ପଶୁପକ୍ଷୀ ଆଦିଙ୍କ ସୁରକ୍ଷା ସହ ପ୍ରେରଣା ଇଣ୍ଟରନ୍ୟାସନାଲ୍‌ ଗ୍ରିନ୍‌ ଆର୍ମି ଗଠନ କରି ଦେଶ ବିଦେଶରେ ପରିବେଶ ସୁରକ୍ଷା ପାଇଁ ଡ. ଶ୍ରୀଚନ୍ଦନ କାର୍ଯ୍ୟ କରୁଛନ୍ତି । ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟରେ ଡ. ଶ୍ରୀଚନ୍ଦନ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ଉଦ୍ୟମରେ ଲକ୍ଷାଧିକ ବୃକ୍ଷରୋପଣ ସହ ବହୁ ଜଙ୍ଗଲ ସୁରକ୍ଷା ସମ୍ଭବ ହୋଇପାରିଛି। ବିଶେଷ କରି ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଶାଳ, ଶାଗୁଆନ ଜଙ୍ଗଲ ଦାମିଆ ବର୍ବରା ସୁରକ୍ଷା ଅଭିଯାନ, ଚିଲିକା ହ୍ରଦର ପକ୍ଷୀ ସୁରକ୍ଷା ସହ ଜୈବ ବିବିଧତାର ସୁରକ୍ଷା, ଚନ୍ଦକା ଅଭୟାରଣ୍ୟର ସୁରକ୍ଷା, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ୧୦ ହଜାରରୁ ଅଧିକ ବୃକ୍ଷରୋପଣ, କମାଗୁରୁ କଲେଜ ପରିସରରେ ୫ ହଜାରରୁ ଅଧିକ ବୃକ୍ଷରୋପଣ କରିଛନ୍ତି । ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଡ. ଶ୍ରୀଚନ୍ଦନ ବହୁ ଅନୁଷ୍ଠାନ ଦ୍ବାରା ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Spread the love