Dharmendra Pradhan wrote a letter to the Union Culture Minister for the development of Dhenkanal tourism infrastructure

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳରେ ପର୍ଯ୍ୟଟନର ଭିତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଗଲେ ଢେଙ୍କାନାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହା ସହ ସ୍ଥାନୀୟ ଅଂଚଳ ଓ ପାଖପାଖ ଅଂଚଳର ଆର୍ଥିକ ବିକାଶ ହୋଇପାରିବ । କପିଳାସ, ଯୋରନ୍ଦା ପୀଠ, ସପ୍ତଶଯ୍ୟା, ଢେଙ୍କାନାଳର ରାଜବାଟୀ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ସମ୍ଭାବନା ରହିଛି । ଯୋରନ୍ଦାରେ ମହିମା ଧର୍ମର ପ୍ରଚାରକ ମହିମା ଗୋସାଇଁ ସମାଧି ସ୍ଥଳ ରହିଛି । ସେଠାରେ ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଗାଦି ମନ୍ଦିର ଭଳି ମନ୍ଦିର ରହିଛି । ଯୋରନ୍ଦା ମେଳାରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାତ୍ମିକ ସର୍କିଟର ବିକାଶ ପାଇଁ ଅପାର ସୁଯୋଗ ପ୍ରଦାନ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Spread the love