Baleswar Twitter Man Ashok Kumar Mohanty

ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରି ଚର୍ଚ୍ଚାରେ ବାଲେଶ୍ବରର ଅଶୋକ କୁମାର ମହାନ୍ତି । ଖାସ୍ କରି ଟ୍ବିଟ ମାଧ୍ୟମରେ ସମାଧାନ କରୁଥିବା ଜଳେଶ୍ବର ବ୍ଲକ୍ କାଶିମପୁର ଗ୍ରାମର ଅଶୋକ କୁମାର ମହାନ୍ତି ‘ଟ୍ବିଟ୍ର୍ ମ୍ୟାନ୍’ଭାବେ ପରିଚିତ ହୋଇଛନ୍ତି । ଅଶୋକ ୨୦୧୯ ମସିହାରେ ପ୍ରଥମେ ତାଙ୍କର ଟ୍ବିଟ୍ର ଆକାଉଣ୍ଟ ଖୋଲିଥିଲେ । ତେବେ ଏହି ଆକାଉଣ୍ଟକୁ ସେ ମନୋରଞ୍ଜନର ମାଧ୍ୟମ ନକରି, ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନରେ ଲଗାଇଥିଲେ । ପିଇବା ପାଣି, ରାସ୍ତାଘାଟ, ସ୍ବାସ୍ଥ୍ୟସେବା, ଶିକ୍ଷା ଆଦି ଜନସମସ୍ୟା ସମ୍ବଳିତ ପ୍ରସଙ୍ଗକୁ ସେ ପ୍ରାଥମିକତା ଦେଇ ଟ୍ବିଟ୍ କରନ୍ତି । ଜନ ସମସ୍ୟାଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ତଥା ଅନ୍ୟମାନଙ୍କୁ ଟ୍ୟାଗ୍ କରନ୍ତି । ଅଶୋକ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ହଜାର ଟୁଇଟ୍ କରିଥିବା ବେଳେ ସେଥିରୁ ୪ ହଜାର ଟ୍ବିଟ୍ର ତତକାଳ ଫଳ ମିଳିଛି ।

Spread the love