JEE Advanced 2022

୍କୁଲରେ ପଢ଼ିବା ସମୟରୁ ଲକ୍ଷ୍ୟ ଥିଲା ଇଞ୍ଜିନିୟର ହେବେ। ଆଇଆଇଟିରେ ଉଚ୍ଚଶିକ୍ଷା ଗ୍ରହଣ କରିବେ। ଗବେଷଣା କ୍ଷେତ୍ରରେ ମନୋନିବେଶ କରିବେ। ଯେଉଁଥିପାଇଁ ଦୁଇ ଭାଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଥିଲେ। ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିଥିଲେ। କ୍ଲାସରୁମ୍‌ ଶିକ୍ଷା ସାଙ୍ଗକୁ ଘରେ ରହି ପାଠପଢ଼ାରେ ମନୋନିବେଶ କରିଥିଲେ। ଦିନ ରାତି ପାଠପଢ଼ାରେ ମଜ୍ଜି ରହିଥିଲେ। ପରିଣାମ ସ୍ବରୂପ ଉଭୟ ଏବେ ଜେଇଇ ଆଡଭାନ୍ସଡ୍‌ରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଜଣେ ଓଡ଼ିଶା ଟପର୍‌ ହୋଇଛନ୍ତି। ଅନ୍ୟ ଜଣେ ଦେଶର ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି।

ଏହି ଦୁଇ ଭାଇ ହେଲେ ଜେଇଇ ଆଡଭାନ୍ସଡ୍‌ରେ ଓଡ଼ିଶା ଟପର୍‌ ହୋଇଥିବା ଦିବ୍ୟାଂଶୁ ମାଲୁ ଓ ଦେଶର ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟରେ ରହିଥିବା ଦୀପ୍ତାଂଶୁ ମାଲୁ। ସର୍ବଭାରତୀୟସ୍ତରରେ ଦିବ୍ୟାଂଶୁ ୧୧ତମ ଓ ଦୀପ୍ତାଂଶୁ ୨୨୬ତମ ସ୍ଥାନରେ ରହି ନିଜ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଇନ୍‌ଫୋସିସ୍‌ରେ ସିନିଅର ପ୍ରିନ୍ସିପାଲ ଆର୍କିଟେକଚର ଥିବା‌ ଚନ୍ଦନ ମାଲୁ ଓ ଗୃହିଣୀ ସ୍ବାତୀ ମାଲୁଙ୍କ ପୁତ୍ର ଦ୍ବୟଙ୍କ ସଫଳତା ନେଇ ଆଜି ସାରା ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। କିଏ ଫୁଲତୋଡ଼ା ଧରି ଭୁବନେଶ୍ବରସ୍ଥିତ ବାସଭବନରେ ପହଞ୍ଚିଥିଲେ ତ ଆଉ କିଏ ମିଠା ଖୁଆଇ ଖୁସି ମନାଇଥିଲେ। ଏଭଳି ସଫଳତା ମିଳିବା ପରେ ପରିବାର ସହ ମିଶି ଉଭୟ ଭାଇ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭବିଷ୍ୟତରେ ଆଇଆଇଟି ବମ୍ବେରେ ପଢ଼ିବାକୁ ଉଭୟ ଲକ୍ଷ୍ୟ ଥିବା ‘ସମ୍ବାଦ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି।

Spread the love