Shri Ram temple and idol of Shri Jagannath ji were established in Japan.

‘ଜାପାନ’ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା, ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଓ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଟୋକିଓ ଓ ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଏହି ଘଟଣାରେ ଖୁସିବ୍ୟକ୍ତ କରି ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏଚ୍‌.ଇ ସିବି ଜର୍ଜ କହିଥିଲେ ଯେ ଶ୍ରୀରାମ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠା ଓ ରଥଯାତ୍ରାର ଆୟୋଜନ ଏଠାକାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଥିବା ଏକତାକୁ ଆହୁରି ମଜଭୁତ କରିବ। ଏହାସହ ସେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ, ଶ୍ରୀଜଗନ୍ନାଥ ସୋସାଇଟି, ଇସ୍କନ୍‌ ଏବଂ ଏଚ୍‌ଏସ୍‌ଏସ୍‌କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସୋସାଇଟିର ଆବାହକ ଜ୍ଞାନୀନ୍ଦ୍ର ମିଶ୍ର କହିଥିଲେ ଯେ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ ତ୍ରେତୟା ଯୁଗର ଭଗବାନ ଶ୍ରୀରାମ କଳିଯୁଗରେ ଜଗନ୍ନାଥଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଶ୍ରୀରାମ ମନ୍ଦିରରେ କାଳିଆ ସାଆନ୍ତଙ୍କ ବିଗ୍ରହ ସ୍ଥାପନା ଅତ୍ୟନ୍ତ ଆନନ୍ଦର ବିଷୟ।

Spread the love