World’s largest open-air theatre Dhanu Yatra to start on January 15 in Odisha’s Bargarh 

ଜାନୁଆରୀ ୧୫ରୁ ଆରମ୍ଭ ହେବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ସୋମବାରଠାରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟ କଲ୍ୟାଣ ମଣ୍ଡପ ପରିସରରେ କଳାକାରଙ୍କ ପୂର୍ବାଭ୍ୟାସ ମଧ୍ୟ ଆରମ୍ଭ ହୋଇଯାଇଛି। ୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି କୁଲି କାମ କରୁଥିବା ଲୋକେ ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର। ବିଶ୍ୱର ଏହି ବଡ ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣଜନ୍ମଠୁ ଆରମ୍ଭ କରି କଂସବଧ ଯାଏଁ ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇଥାଏ । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ।

Spread the love