National tribal dance festival and tribal art exhibition inagurated

୧୨ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଏବଂ ୧୦ମ ଜାତୀୟ କଳାବସ୍ତୁ ପ୍ରଦର୍ଶନୀ ଆଦିବାସୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। କଳାବସ୍ତୁ ପ୍ରଦର୍ଶନୀରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟର ଜନଜାତି କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ଏହି ମେଳାରେ ଲାଖ, ବାଉଁଶ, ସବାଇ, ଶିଆଳି, ଧାନ, କାଠ, ପଥର, ଲୁହା ଇତ୍ୟାଦିରୁ ପ୍ରସ୍ତୁତ କଳାବସ୍ତୁ ପ୍ରଦର୍ଶିତ ହେଉଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ମିଜୋରାମ୍‌ରୁ ଆସିଥିବା ମିଜୋ ଜନଜାତିଙ୍କ ସୋଲାକିଆ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିଭଳି ଅରୁଣାଚଳ ପ୍ରଦେଶର ନିଶି ଜନଜାତିଙ୍କ ରେଖମପଡ଼ା ନୃତ୍ୟ, ମହାରାଷ୍ଟ୍ରର ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ, ଆମ ରାଜ୍ୟର କୋୟା ଜନଜାତିଙ୍କ ବିଜାପାଣ୍ଡୁ ନୃତ୍ୟ, ରାଜସ୍ଥାନର ସହରିଆ ଜନଜାତିଙ୍କ ସ୍ୱାଙ୍ଗ ନୃତ୍ୟ, ଝାଡ଼ଖଣ୍ଡର ଓରାମ୍‌ ଜନଜାତିଙ୍କ କରମାନୃତ୍ୟ, ଆନ୍ଧ୍ରପ୍ରଦେଶର ଜାତପୁ ଜନଜାତିଙ୍କ କାଣ୍ଡିକୋଟାଲୁ ନୃତ୍ୟ ଓ ଉତ୍ତରପ୍ରଦେଶର ଗଣ୍ଡ ଜନଜାତିଙ୍କ ଝୁମର୍‌ ନୃତ୍ୟ ପରିବେଷିତ ହୋଇଥିଲା। ବିଭିନ୍ନ ରାଜ୍ୟର ଏହି ନୃତ୍ୟ ଆଜି ସନ୍ଧ୍ୟାରେ ଆଦିବାସୀ ପଡ଼ିଆରେ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ନୃତ୍ୟ କାର୍ଯ୍ୟକ୍ରମ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଓ କଳାବସ୍ତୁ ପ୍ରଦର୍ଶନୀ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ନୃତ୍ୟ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ପ୍ରଦର୍ଶନୀ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।

Spread the love